ସାବରମାଳା ମନ୍ଦିରରେ ଭାଙ୍ଗିଲା ଶହଶହ ବର୍ଷର ପରମ୍ପରା, ଭିତରକୁ ପ୍ରବେଶ କଲେ ମହିଳା

କେରଳର ସାବରିମାଳା ମନ୍ଦିରରେ ଭାଙ୍ଗିଲା ଶହ ଶହ ବର୍ଷର ପରମ୍ପରା । ଭଗବାନ ଆୟପ୍ପାଙ୍କ ଦର୍ଶନ ପାଇଁ ମନ୍ଦିରରେ ପ୍ରବଶେ କଲେ 50 ବର୍ଷରୁ କମ୍ ଦୁଇ ମହିଳା ।  ସକାଳ 3.45ରେ ଭଗବାନଙ୍କର ଦର୍ଶନ କରିଥିଲେ । ଭଭୟ ମହିଳାଙ୍କ ସହ ସାଧା ପୋଷାକରେ ଓ ୟୁନିଫର୍ମରେ କିଛି ପୁଲିସ କର୍ମୀ ଉପସ୍ଥିତ ଥିଲେ । ମନ୍ଦିରରେ ପ୍ରବେଶ କରିଥିବା ମହିଳାଙ୍କ ସହ ଏବେ ଯାଏଁ କୌଣସି ଯୋଗଯୋଗ ହୋଇପାରି ନାହିଁ । ତେବେ ମହିଳାଙ୍କ ପ୍ରବେଶକୁ ବିରୋଧ କରିବାର ଆଶଙ୍କା କରାଯାଉଛି । 

ଏଥିପାଇଁ ଆଗାମୀ 2 ଦିନ ପର୍ଯ୍ୟନ୍ତ ମନ୍ଦିରକୁ ବନ୍ଦ କରିଦିଆଯାଇଛି । ବୁଧବାର ସକାଳେ କେରଳର ପତନମତିତ୍ତା ଜିଲ୍ଲା ଅନ୍ତର୍ଗତ ସାବରିମାଲା ମନ୍ଦିରରେ ପ୍ରବେଶ କରି ଦୁଇ ଜଣ 50 ବର୍ଷରୁ କମ୍ ବୟସ୍କ ମହିଳା ପୂଜାର୍ଚ୍ଚନା କରିଛନ୍ତି । ଯଦ୍ୱାରା ଅନେକ ବର୍ଷର ପରମ୍ପରା ଭାଙ୍ଗିବା ସହ ଇତିହାସ ସୃଷ୍ଟି ହୋଇଛି । ଏକଥା ପ୍ରଘଟ ହେବା ପରେ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି ।

ପୁଲିସ ମଧ୍ୟ ନିରାପତ୍ତା ବ୍ୟବସ୍ଥା କଠୋର କରିଛି । ଋତୁମତୀ ବୟସ ଚାଲୁଥିବା ମହିଳାମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ବୋଲି ଶହ ଶହ ବର୍ଷ ଧରି ଚାଲିଆସିଥିବା ନିଷିଦ୍ଧାଦେଶକୁ ଗତ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ ଭାଙ୍ଗିବା ପରେ ପ୍ରଥମ କରି ସାବରିମାଲା ମନ୍ଦିର ମଧ୍ୟକୁ ଏ ଦୁଇ ଜଣ ମହିଳା ପ୍ରବେଶ କରିଛନ୍ତି ।

Your blogged-book readers are highly likely to engage with you and do my essay your book.
Spread the love