ମନସୁନ ଆସିଲେ ହିଁ ଆରମ୍ଭ ହୋଇଯାଉଛି କି କେଶ ଝଡ଼ିବା ସମସ୍ୟା? ତ ଏହି ପ୍ରକାରେ ରୋକନ୍ତୁ ହେୟାର ଫଲ୍‌

ଯେଉଁମାନଙ୍କୁ ମନସୁନ ବା ବର୍ଷାଦିନ ବହୁତ ଭଲ ଲାଗିଥାଏ। କିନ୍ତୁ ଏହି ଋତୁ ନିଜ ସହିତ ଅନେକ ସମସ୍ୟା ବି ନେଇକି ଆସିଥାଏ, ଯାହା ମଧ୍ୟରୁ ଗୋଟିଏ ବଡ଼ ସମସ୍ୟା ହେଉଛି କେଶ ଝଡ଼ିବା। ବିଶେଷ କରି ମହିଳାମାନଙ୍କ ପାଇଁ କେଶ ଝଡ଼ିବା ବହୁତ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଥାଏ। ବର୍ଷା ଋତୁ ଆରମ୍ଭ ହେଉ ହେଉ କେଶ ଝଡ଼ିବା ବି ଆରମ୍ଭ ହୋଇଯାଇଥାଏ। ତେଣୁ ଏହିଦିନେ କେଶର ଖାସ୍‌ ଯତ୍ନ ନେବା ନିହାତି ଦରକାର। ଆଜି ଆମେ ଆପଣଙ୍କ ସହିତ ମନସୁନ ହେୟାର ଫଲ୍‌ ଟିପ୍ସ ସେୟାର କରିବାକୁ ଯାଉଛୁ।

୧. ବର୍ଷାରେ ଓଦା ହୋଇଗଲେ ତୁରନ୍ତ କେଶ ଶାମ୍ପୁ କରି ନିଅନ୍ତୁ: ଯଦି ଆପଣଙ୍କ କେଶ ବର୍ଷାରେ ଓଦା ହୋଇଯାଇଛି, ତ ତୁରନ୍ତ କେଶରେ ଶାମ୍ପୁ କରିବାକୁ ଭୁଲନ୍ତୁ ନାହିଁ। କାରଣ, ବର୍ଷାପାଣିରେ କେମିକାଲ ଓ କାର୍ବନ ରହିଥାଏ, ଯାହା କେଶକୁ କ୍ଷତି ପହଞ୍ଚାଇଥାଏ। ଏହାଦ୍ୱାରା କେଶ ଝଡ଼ିବା ଆରମ୍ଭ ହୋଇଯାଇଥାଏ। ତେଣୁ ବର୍ଷାଦିନେ ବାହାରକୁ ବାହାରିଲେ କେଶକୁ କଭର କରି ନିଅନ୍ତୁ।

୨. ହିଟ୍‌ ଟୁଲ୍ସକୁ କୁହନ୍ତୁ ନା: ମନସୁନରେ ହିଟ୍‌ ଟୁଲ୍ସ ଯେପରି ଷ୍ଟ୍ରେଟନର, ହେୟାର ଡ୍ରାୟର କିମ୍ବା କଲରର ବ୍ୟବହାର କେଶ ଉପରେ ଯେତେ ସମ୍ଭବ କମ୍‌ କରନ୍ତୁ। କାରଣ, ବର୍ଷାଦିନେ ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ଦୁର୍ବଳ ହୋଇଯାଇଥାଏ ଏବଂ ହେୟାର ଫଲ୍‌ ହୋଇଥାଏ।

୩. କେଶରେ କରନ୍ତୁ ତେଲ ମାଲିସ: ବର୍ଷା ଋତୁରେ କେଶ ଉପରେ ହାଲୁକା ଗରମ ତେଲ ମାଲିସ କରନ୍ତୁ। କାରଣ, ଏମିତି କରିବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଯାଇଥାଏ। ଏହାଛଡ଼ା ତେଲ ଗରମ କଲେ ଏହା ସାମାନ୍ୟ ପତଳା ହୋଇଯାଇଥାଏ ଏବଂ ତାହା କେଶ ମୂଳରେ ଭଲ ଭାବେ ମିଶିଯାଇଥାଏ।

୪. ଓଦା କେଶକୁ ବାନ୍ଧନ୍ତୁ ନାହିଁ: ବର୍ଷାରେ ଯଦି ଆପଣଙ୍କ କେଶ ଓଦା ହୋଇଯାଇଛି, ତ ତାହାକୁ ବାନ୍ଧିବାର ଭୁଲ କରନ୍ତୁ ନାହିଁ। ଏଥିରେ କେଶ ଆହୁରି ବି ଅଧିକ ଝଡ଼ିବାକୁ ଲାଗିବ।

Spread the love