ଝିଅର ନିର୍ବନ୍ଧରେ ଜବରଦସ୍ତ ଡ୍ୟାନ୍ସ କଲେ ଅମୀର

ମୁମ୍ଵାଇ ୧୯।୧୧: ଶୁକ୍ରବାର ଅର୍ଥାତ୍‌ ଗତକାଲି ବଲିଉଡ ଅଭିନେତା ଅମୀର ଖାନଙ୍କ ଝିଅ ଇରା ଖାନଙ୍କ ନିର୍ବନ୍ଧ ହୋଇଛି। ଇରା ତାଙ୍କ ଦୀର୍ଘଦିନର ପ୍ରେମିକା ନୁପୁର ଶିଖାରେଙ୍କୁ ଡେଟ୍‌ କରୁଥିଲେ। ଖୁବ୍‌ଶୀଘ୍ର ଦୁହିଁଙ୍କର ବିବାହ ମଧ୍ୟ ହୋଇପାରେ। ଏହି ବିଶେଷ ଦିନକୁ ଅଧିକ ଚମତ୍କାର କରିବା ପାଇଁ ଅମୀର ଖାନ କୌଣସି ସୁଯୋଗକୁ ହାତଛଡା କରି ନଥିଲେ। ଏହି ପାର୍ଟିରେ ଅମୀର ଧଳା ରଙ୍ଗର ସୁଟ୍‌ରେ ନଜର ଆସିଥିଲେ। ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି। ଅମୀର ଖାନ ତାଙ୍କ ଝିଅର ନିର୍ବନ୍ଧରେ ସିମ୍ପଲ ଲୁକ୍‌ରେ ନଜର ଆସିଥିଲେ । ଧଳା ଦାଢି ଏବଂ କେଶରେ ଅମୀର ବହୁତ ସୁନ୍ଦର ଦେଖାଯାଉଥିଲେ । ବର୍ତ୍ତମାନ ଇରାଙ୍କ ପାର୍ଟିର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହୋଇଛି । ଅନେକ ପ୍ରଶଂସକ ଅମୀରଙ୍କୁ ପ୍ରଶଂସା କରୁଥିବାବେଳେ କିଛି ଅଛନ୍ତି ଯେଉଁମାନେ ତାଙ୍କୁ ତାଙ୍କ ବୟସ ପାଇଁ ଟ୍ରୋଲ କରୁଛନ୍ତି । ଅମୀର ତାଙ୍କ ଗୀତ ପାପା କେହତେ ହୈଁ ବଡା ନାମ କରେଗାରେ ଡ୍ୟାନ୍ସ କରିଥିଲେ । ତାହା ପୁଣି ଏକା ନୁହଁ ଭାଇ ମାନସଙ୍କୁ ମଧ୍ୟରେ ଏଥିରେ ସାମିଲ କରି ନଚାଇଥିଲେ।  ଭିଡିଓରେ, ଆପଣ ଦେଖିପାରିବେ ଯେ ଇରା ତାଙ୍କ ବାପାଙ୍କ  ଡ୍ୟାନ୍ସକୁ ବହୁତ ଉପଭୋଗ କରୁଛନ୍ତି।

ଏହି ଭିଡିଓ ଉପରେ ନେଟେନିଜେନ୍ସ ଭିନ୍ନ ପ୍ରତିକ୍ରିୟା ଦେଉଥିବା ବେଳେ ଜଣେ ଜଣେ ୟୁଜର୍ସ ଲେଖିଛନ୍ତି- ‘ ମୁଁ ଅମୀରଙ୍କୁ ଚିହ୍ନି ପାରିଲି ନାହିଁ’ । କେବଳ ଏତିକି ନୁହେଁ, ଅନ୍ୟ ଜଣେ ପଚାରିଥିଲେ, ‘ଏହା ପ୍ରକୃତରେ ଅମୀର ଖାନ?’ କହିବାକୁ ଗଲେ ଇରା ଖାନ ଅମୀର ଏବଂ ତାଙ୍କ ପ୍ରଥମ ପତ୍ନୀ ରିନା ଦତ୍ତଙ୍କ ଝିଅ । ରିନା ଦତ୍ତଙ୍କ ବ୍ୟତୀତ ଅମୀରଙ୍କ ଦ୍ୱିତୀୟ ତଥା ପୂର୍ବତନ ପତ୍ନୀ କିରଣ ରାଓ ମଧ୍ୟ ଏହି ପାର୍ଟି ସାମିଲ୍‌ ହୋଇଥିଲେ।

Spread the love