କାଲିଠାରୁ ଖଣ୍ଡଗିରି ମେଳା

ଭୁବନେଶ୍ୱର:  ଶୁକ୍ରବାରଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଖଣ୍ଡଗିରିରେ ମାଘସପ୍ତମୀ କୁମ୍ଭମେଳା । ନାମ, ଧ୍ବନି, ସଂର୍କୀତ୍ତନ କୋଲାହଳ ହେବ ଖଣ୍ଡଗିରି ଗୁମ୍ଫା । ରାଜ୍ଯ ତଥା ରାଜ୍ଯ ବାହରର ସାଧୁସନ୍ଥ ଏବେ ଭୁବନେଶ୍ବରରେ ଡେରା ପକାଇଲେଣି । ପାହଡର ପାଦ ଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌନ୍ଦଯ୍ଯକରଣ, ସ୍ବଚ୍ଛତା ଉପରେ ଫୋକସ କରିଛି ବିଏମସି ।ଦିନକ ପରେ କୁମ୍ଭମେଳା । ସଜେଇ ହେଲାଣି ଖଣ୍ଡଗିରି । ବାବାଙ୍କ ଆଖଡାରୁ ଦେବସଭା ସବୁଠି ଚଳଚଞ୍ଚଳ । ପରିମଳରୁ ପାନୀୟ ଓ ପାର୍କିଂ । ସବୁଠି ବିଏମସିର ବ୍ଯାପକ ବ୍ଯବସ୍ଥା । ଖଣ୍ଡଗିରି ମାଘସପ୍ତମୀ ମେଳା ନେଇ ପାହଡର ପାଦଦେଶ ଚାରିଆଡେ ସଫା ସୁତରା । ଆଲୋକୀକରଣ ସାଙ୍ଗକୁ ସୌନ୍ଦଯ୍ଯକରଣ ନେଇ ରୋଡ ମ୍ଯାପ ପ୍ରସ୍ତୁତ ହୋଇଛି । ଚାରିଆଡେ ଆଲୋକୀକରଣ କରିବା ପାଇଁ ଲାଇଟ ଲଗାଯାଇଛି । ଏହାସହ ପାଣି, ପରିମଳ, ସ୍ବଚ୍ଛତାକୁ ପ୍ରାଥମିକତା ଦେଇଛି ବିଏମସି । ଖଣ୍ଡଗିରି ଛକରୁ ପାହଡ ପଯ୍ଯନ୍ତି କିଭଳି ଭିଡ ନ ହେବ ସେ ନେଇ ପୋଲିସ ସହିତ ଆଲୋଚନା ହୋଇଛି । ସିସିଟିଭି ଓ ପାର୍କିଂ ନେଇ ପ୍ଳାନ କରିଛି ବିଏମସି ।

Spread the love