୪୦ ଡିଗ୍ରୀ ଉପରେ ୨୭ ସହରର ତାପମାତ୍ରା
ଭୁବନେଶ୍ୱର: ମାଟିରେ ତାୱା ଥୋଇଲେ, ବିନା ନିଆଁରେ ଅମଲେଟ ହୋଇ ଯାଉଛି । ଆକାଶକୁ ସୂର୍ଯ୍ୟ ଆସିଲେ ଡ଼ର ଲାଗୁଛି । ଚା ପିଇବା ସମୟରେ ଥଣ୍ଡା ପାନୀୟ ଜଳର ଆବଶ୍ୟକ ପଡୁଛି । କାରଣ ସକାଳ ୯ଟାରୁ ହିଁ ଆକାଶରୁ ଖସୁଛି ନିଆଁ ଝୁଲ । ଘର ବାହାରକୁ ବାହାରିବା ସମ୍ଭବପର ହେଉ ନାହିଁ । ସମଗ୍ର ଓଡିଶା ଏବେ ତତଲା ତାୱାରେ ଭାଜି ହେଉଛି । ଉପକୂଳରୁ ଉତ୍ତର ଓଡ଼ିଶା । ପଶ୍ଚିମରୁ ମଧ୍ୟ ଓଡ଼ିଶା ସବୁଠି ସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି । ଲଗାତାର ତିନି ଦିନ ଧରି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ରେକର୍ଡ ହୋଇଥିବାବେଳେ ଆଜି ରାଜ୍ୟର ୨୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।
ଆଜି ବଲାଙ୍ଗୀରରେ ରେକର୍ଡ ହୋଇଛି ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା । ରାଜଧାନୀ ଭୁବନେଶ୍ୱର ୪୦.୮ , ବାଲେଶ୍ୱର: ୩୯.୦, କଟକ: ୪୦.୨ , ଅନୁଗୁଳ: ୪୩.୭, ବାରିପଦା: ୪୩.୨, ଝାରସୁଗୁଡା: ୪୩.୨, ଗୋପାଳପୁର: ୩୧.୪ , ବଲାଙ୍ଗୀର: ୪୪.୦ , ଯାଜପୁର: ୪୧.୨ କେନ୍ଦ୍ରାପଡ଼ା: ୪୨.୨, ମାଲକାନଗିରି: ୪୦.୦, ସମ୍ବଲପୁର: ୪୩.୦ , ପାରାଦ୍ୱୀପ: ୩୩.୫ , ପୁରୀ: ୩୩.୦ , ଚାନ୍ଦବାଲି: ୪୦.୩ କେନ୍ଦୁଝର: ୪୦.୮ ରେକର୍ଡ ହୋଇଛି ।
ସେହିପରି ବାରିପଦା- ୪୩.୨, ସୁନ୍ଦରଗଡ଼ ୪୨.୫, ହିରାକୁଦ-୪୨.୬, ଭବାନୀପାଟଣା-୪୨.୫,ଟିଟିଲାଗଡ଼- ୪୩.୮, ତାଲଚେର-୪୩.୦, ଭଦ୍ରକ ୪୨.୫, ଢେଙ୍କାନାଳ- ୪୦.୫, ଦେବଗଡ଼-୪୨.୬, ବରଗଡ଼-୪୨.୦, ନୂଆପଡ଼ା-୪୧.୦, ଖୋର୍ଦ୍ଧା- ୪୨.୦, ସୁବର୍ଣ୍ଣପୁର- ୪୩.୪, ବୌଦ୍ଧ-୪୨.୫, ନୟାଗଡ଼- ୪୧.୦, ପାରଳାଖେମୁଣ୍ଡି-୪୦.୦ ଏବଂ ମାଲକାନଗିରିରରେ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଏଭଳି ଟାଣ ଖରାରେ ଯୁବକ ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି । ସକାଳ ୮ଟାରୁ ୧୧ଟା ମଧ୍ୟରେ ୭ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢୁଥିବାବେଳେ । ସେପଟେ ଘଣ୍ଟାରେ ୧୦ଟା ବାଜିଲେ ଶୂନଶାନ ହେଇଯାଉଛି ରାସ୍ତାଘାଟ। ଏଭଳି ଏକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ଆସନ୍ତା ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ।