ମୋଦି ମୁଖ୍ୟମନ୍ତ୍ରୀ ହୁଅ : ଖାରବେଳ

ରଧାନମନ୍ତ୍ରୀ ନୁହେଁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ହେଲେ ଆମେ ତାଙ୍କୁ ସମର୍ଥନ କରିବୁ ବୋଲି ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁ କହିଛନ୍ତି । ରାଜ୍ୟରେ ଏକ ବଡ ଆଞ୍ଚଳିକ ଦଳର ଆବଶ୍ୟକତା ଅଛି ବୋଲି ଖାରବେଳ କହିଛନ୍ତି ।

ଓଡ଼ିଶାର ବିକାଶ ପାଇଁ ମୋଦି ବହୁତ ଅର୍ଥ ଦେଉଛନ୍ତି ବୋଲି ଡିମଡିମ ପିଟୁଛନ୍ତି । ମୋଦି ହାୱାରେ ଗୋଟିଏ ଦଳ ବିଜୟ ହୋଇ ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଚାହୁଁଚି । ଯଦି ମୋଦି ଓଡିଶାକୁ ଏତେ ଭଲ ପାଉଛନ୍ତି ତେବେ ଦିଲ୍ଲୀ ଛାଡି ଓଡିଶା ଆସନ୍ତୁ । ଯଦି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବେ ମୋଦି , ତାହେଲେ ଆମ ଦଳ ତାଙ୍କୁ ସମର୍ଥନ କରିବ ବୋଲି ଏକ ଆଲୋଚନା ଚକ୍ରରେ ଭାଗ ନେଇ ଖାରବେଳ କହିଛନ୍ତି ।

Spread the love