ଓଜନ କମାଇବାକୁ ସପ୍ତାହରେ ଥରୁଟିଏ ହେଲେ ବି ଖାଆନ୍ତୁ ଖେଚୁଡ଼ି

ଦେହ ଖରାପ ହେଲେ ପ୍ରାୟତଃ ଡାକ୍ତରମାନେ ଖେଚୁଡ଼ି ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହା ହାଲ୍‌କା ହୋଇଥିବାରୁ ସହଜରେ ହଜମ ହୋଇଯାଏ। ଖେଚୁଡ଼ିରେ ବିଭିନ୍ନ ପ୍ରକାରର ଡାଲି ଓ ଚାଉଳ ବ୍ୟବହାର କରାଯାଏ। ଫଳରେ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମଧ୍ୟ ମିଳେ। ଭାତରୁ କାର୍ବୋହାଇଡ୍ରେଟ୍ସ ମିଳୁଥିବା ବେଳେ ଡାଲିରୁ ପ୍ରୋଟିନ୍‌ ମିଳେ। ଏଥିରେ ପନିପରିବା ପକାଇଲେ ଅନ୍ୟ ଭିଟାମିନ୍‌ ଓ ମିନେରାଲ୍ସ ମଧ୍ୟ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଖେଚୁଡ଼ି ଖାଇବାର ଫାଇବା ସମ୍ପର୍କରେ..
ଯଦି ଆପଣ ମିଠା ପ୍ରିୟ ଜାଣନ୍ତୁ ଏହି କଥା, ଶରୀରର ଏହି ସବୁ କ୍ଷତି…
କ୍ୟାନସର ସହ ଅନ୍ୟାନ୍ୟ ସାଂଘାତିକ ରୋଗରୁ ସୁରକ୍ଷା ଦିଏ ଏହିସବୁ ମଞ୍ଜି,…ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିବାରେ ଖେଚୁଡ଼ି ସାହାଯ୍ୟ କରେ। ଏହା ସହଜରେ ହଜମ ହୋଇଯାଉଥିବାରୁ ପେଟ ଖରାପ ଥିଲେ ଏହାକୁ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି।
ଗର୍ଭାବସ୍ଥାରେ ମହିଳାଙ୍କ ଠାରେ ପ୍ରାୟତଃ କୋଷ୍ଠକାଠିନ୍ୟ ଓ ବଦହଜମି ସମସ୍ୟା ଦେଖାଯାଏ। ଏଣୁ ଏହି ସମୟରେ ଖେଚୁଡ଼ି ଖାଇବା ଲାଭଦାୟକ ହୋଇଥାଏ।
ଖେଚୁଡ଼ି ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ମିଳେ। ଫଳରେ କଫ, ଜ୍ୱର, ଦୁର୍ବଳତା ଆଦିରୁ ମୁକ୍ତି ମିଳେ।
ଓଜନ କମ୍‌ କରିବାରେ ମଧ୍ୟ ଖେଚୁଡ଼ି ସାହାଯ୍ୟ କରେ। ପତଳା ହେବାକୁ ଆପଣ ଏହାକୁ ଡିନରରେ ବି ଖାଇପାରିବେ।

Spread the love