ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି କିଟ୍‍

ଭୁବନେଶ୍ୱର, କିଟ୍ ବିଶ୍ଵବିଦ୍ୟାଳୟରେ ପ୍ରଥମ ଖେଲୋ ଇଣ୍ଡିଆ କ୍ରୀଡ଼ା (କେଆଇୟୁଜି) ପ୍ରତିଯୋଗିତା ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେଉଛି । ବିଶ୍ୱବିଦ୍ୟାଳୟ କ୍ରୀଡା଼ ପ୍ରଥମ କରି ଓଡ଼ିଶାର ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ । ଓଡ଼ିଆ ପାଇଁ ଖୁସି ଓ ଗୌରବର ବିଷୟ । ଖେଲୋ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ସର୍ବବୃହତ କ୍ରୀଡ଼ା ମହୋତ୍ସବ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଡ୍ରିମ୍‍ ପ୍ରୋଜେକ୍ଟ । ଶ୍ରୀ ମୋଦୀ କ୍ରୀଡା଼କୁ ସବର୍ଦ। ଉତ୍ସାହିତ କରୁଥିବାରୁ ବିଶ୍ୱବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇଛି । ସେହିପରି ମୁଖ୍ୟମନ୍ତ୍ରୀ ଓଡିଶ଼।ରେ ସର୍ବଦା କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇ ଆସୁଥିବ।ବେଳେ ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡ଼ାକୁ ମଧ୍ୟ ଆଗ୍ରହର ସହ ସହଯୋଗର ହାତ ବଢ଼ାଇଛନ୍ତି । ଏହି ମେଗା ପ୍ରତିଯୋଗିତା ଆୟୋଜନ କରି ଭାରତର କ୍ରୀଡ଼ା ଇତିହାସରେ ଓଡ଼ିଶା ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି। ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କିଟ୍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ସୂଚନା ଦେଇଛନ୍ତି । କିଟ୍‍କୁ ଏହି ଆୟୋଜକ ବିଶ୍ୱବିଦ୍ୟାଳୟ ଭାବେ ଦାୟିତ୍ୱ ଦିଆଯାଇଥିବାରୁ ଶ୍ରୀ ସାମନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତ ସରକାର, ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କରିଣ ରିଜିଜୁ, କେନ୍ଦ୍ର କ୍ରୀଡ଼ା ଓ ଯବୁ ବ୍ୟାପାର ମନ୍ତ୍ରାଳୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଟ୍‍ ବିଶ୍ଵବିଦ୍ୟାଳୟ ହେଉଛି ଭାରତର ଏକମାତ୍ର ବିଶ୍ଵବିଦ୍ୟାଳୟ ଯେଉଁଠି ଆନ୍ତର୍ଜାତିକମାନର କ୍ରୀଡ଼ା ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ରହିଛି । ଗୋଟିଏ ସ୍ଥାନରେ ବହୁ ପ୍ରକାର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ ସମସ୍ତ ପ୍ରକାର କ୍ରୀଡା଼ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବଧା ରହିଥିବାରୁ ଭାରତ ସରକାର ଏଠାରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ଆୟୋଜନ ପାଇଁ ନଷ୍ପିତ୍ତି ନେଲେ । ଖେଲୋ ଇଣ୍ଡିଆକୁ ରାଜ୍ୟଗୋଷ୍ଠୀ କ୍ରୀଡା଼ ସହ ସମତୁଲ କରି ଆୟୋଜନ କରିବା ପାଇଁ ଭାରତ ସରକାର ପ୍ରୟାସ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି କିଟ୍‍ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି । ପୂର୍ବରୁ କିଟ୍‍ ବହୁ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା଼ ସଫଳତାର ସହ ଆୟୋଜନ କରି ସୁନାମ ଅର୍ଜନ କରିଛି । କଟରୁ ବହୁ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ାବିତ୍‍ ସୃଷ୍ଟି ହୋଇପାରିଛନ୍ତି । କିଟ୍‍ର ବ୍ୟାପକ ଭିତ୍ତିଭୂମି ଥିବାରୁ ଏହାର ସଦୁପଯୋଗ କରିବା ସୁଯୋଗ ପାଇଛି । ଏହି ପ୍ରତିଯୋଗିତାରେ
୨ଶହରୁ ଊର୍ଦ୍ଧ୍ୱ ବିଶ୍ଵବିଦ୍ୟାଳୟରୁ ୪ହଜାରରୁ ଊର୍ଦ୍ଧ୍ୱ ଖେଳାଳି ଓ ହଜାରେରୁ ଊର୍ଦ୍ଧ୍ୱ ଅଫିସିଆଲ୍‍ ଯୋଗଦେଉଛନ୍ତି । ସବୁଠାରୁ
ବଡ଼କଥା ହେଉଛି ବର୍ତ୍ତମାନ କିଟ୍‍ ବିଶ୍ୱବିଦ୍ୟାଳୟ ସଂପୂର୍ଣ୍ଣ ଭାବେ ଚାଲୁଥିବାବେଳେ କିଟ୍‍ରେ ୪ହଜାର ଖେଳାଳି ଓ ହଜାରେରୁ
ଊର୍ଦ୍ଧ୍ୱ ଅଫିସିଆଲ୍‍ଙ୍କ ରହିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇପାରଛି। ସମସ୍ତ ଖେଳାଳିଙ୍କୁ ୨ଶଯ୍ୟା ବିଶିଷ୍ଟ ବାତାନୁକୂଳିତ ରୁମ୍‍ ଯୋଗାଇ ଦିଆଯାଇଛି । ସେମାନଙ୍କ ପାଇଁ ନୂତନ ଖଟ, କମ୍ବଳ, ବେଡ୍‍ସିଟ୍‍, ଟୱେଲ୍‍, ନାପକିନ୍‍ ଓ ତକିଆ ଯୋଗାଇ ଦିଆଯାଇଛି । ଏସବୁ ପ୍ରତିଦିନ ପରିବର୍ତ୍ତନ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଆମେ ସର୍ବଦା ଶିକ୍ଷା ସହ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇ ଆସିଛୁ ଏହାକୁ କିପରି ସର୍ବାଙ୍ଗ ସନ୍ଦୁର ଓ ସଫଳତାର ସହ ଆୟୋଜନ କରାଯାଇପାରବି ସେନେଇ ଆମର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଟ୍‍ର କର୍ମଚାରୀ ଓ ଅଧିକାରୀମାନେ ଦିନରାତି କାମରେ ଲାଗିଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଏହି ମେଗା କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ପାଇଁ କିଟ୍‍ ପକ୍ଷରୁ ସମସ୍ତ ପ୍ରକାର କ୍ରୀଡ଼ା ଭିତ୍ତିଭୂମି ଓ ଆନସଙ୍ଗିକ ସୁବିଧା ସହ ଖେଳାଳି ଓ ଅଫିସିଆଲ୍‍ଙ୍କ ରହିବା ବ୍ୟବସ୍ଥା କରାଯାଇଛି । ଏହା ଛଡ଼ା କଟି ପକ୍ଷରୁ ପ୍ରତିଦିନ ସକାଳୁ ଖେଳାଳିମାନଙ୍କୁ ବିଭିନ୍ନ ପ୍ରକାର ଫଳ ଭର୍ତ୍ତି ଡାଲା ଯୋଗାଇ ଦେବା ପାଇଁ କିଟ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ୨୧ ତାରିଖଠାରୁ ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ କରାଯିବ । କ୍ରୀଡ଼ା ମହାକମ୍ଭୁ ରେ ୧୭ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠତି ହେବ ।

ଏଥି ମଧ୍ୟରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨ଟିଓ କଟକ ଇଣ୍ଡୋର ଷ୍ଟାଡିୟମରେ ୨ଟି ଇଭେଣ୍ଟ ଅନୁଷ୍ଠିତ ହେଉଥିବା ବେଳେ ୨୨ତାରଖି ରୁ ଏହାର ଉଦ୍‍ଘାଟନ ଉତ୍ସବ କଟକ ଜବାହରଲାଲ୍‍ ନେହରୁ ଇଣ୍ଡୋର ଷ୍ଟାଡିଅ଼ମରେ ଅନୁଷ୍ଠିତ ହେବ । ଓଡ଼ିଶାର ସମ୍ମାନକୁ ଦୃଷ୍ଟିରେ ରଖି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା଼କୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ କିଟ୍ ଓ ଏହାର ଆଖପାଖ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ଆଲୋକୀକରଣ ତଥା ରାସ୍ତା ଆଦି ନିର୍ମାଣ କରିଛି । ଏହି ପ୍ରତିଯୋଗିତାରେ କିଟ୍ ବିଶ୍ୱବିଦ୍ୟାଳୟ ୧୦୦ କ୍ରୀଡ଼ାବିତ୍‍ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରୁଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଓଡିଶ଼। ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରଶାସକ ସୋମେଶ ଉପାଧ୍ୟାୟ, ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା଼ ସଂଯୋଜକ ଭାବେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ପରମିନ୍ଦର ସିଂହ ଆଲୁୱାଲିଆ, କିଟ୍‍ ବିଶ୍ୱବିଦ୍ୟାଳୟର ଉପକଳୁ ପତି ତଥା କେଆଇୟୁଜିର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ସସ୍ମିତାରାଣୀ ସାମନ୍ତ, କିଟ୍‍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଅଲିମ୍ପିଆନ୍‍ ଦୂତୀଚାନ୍ଦ ଏବଂ ଭାରତୀୟ ବ୍ୟାଡ଼୍‍ମିଣ୍ଟନ୍‍ ଖେଳାଳି ଋତୁପର୍ଣ୍ଣା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love