ଓଡିଶାରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟ କ୍ରୀଡା ରାଜ୍ୟ ପାଇଁ ଗୌରବ – ଧର୍ମେନ୍ଦ୍ର ପ୍ରଧାନ

କଟକ, ଫେବୃୟାରୀ ୨୨ – ‘ଖେଲୋ ଇଣ୍ଡିଆ’ ଦେଶର ଯୁବ ବର୍ଗଙ୍କ ପରିଚୟର ନୂଆ ମାଧ୍ୟମ ହୋଇଥିବା
ବେଳେ ଏହା ଦେଶରେ କ୍ରୀଡା କ୍ଷେତ୍ରରେ ନୂଆ ଆଶାର ସଂଚାର ଭରିଛି ବୋଲି ଶନିବାର ନୂଆଦିଲ୍ଲୀରୁ ଭିଡିଓ
କନଫରେନ୍ସିଂ ଯୋଗେଁ ସର୍ବ ପ୍ରଥମ ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡାର ଉଦଘାଟନ କରିବା ପରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟ କ୍ରୀଡା ଓଡିଶା ପାଇଁ ଗୌରବଏବଂ ପ୍ରଧାନମନ୍ତ୍ରୀଙ୍କ ଦୂରଦୂଷ୍ଟି ଯୋଗୁଁ ଆରମ୍ଭ ହୋଇଥିବା ଖେଲୋ ଇଣ୍ଡିଆ ଜନଆନ୍ଦୋଳନ ମାଧ୍ୟମରେ କ୍ରୀଡା କ୍ଷେତ୍ରରେ ଦେଶରେ ସକରାତ୍ମକ ଚିନ୍ତାଧାରା ଆଣିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଇନ୍‌ଡୋର  ଷ୍ଟାଡିୟମରେ ଅନୁଷ୍ଠିତ ଏହି ଉଦଘାଟନୀ ସମାରୋହରେ ଯୋଗଦେଇ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦେଶର ଇତିହାସରେ ପ୍ରଥମ ବିଶ୍ୱବିଦ୍ୟାଳୟ କ୍ରୀଡା ଓଡିଶାରେ ହେଉଛି । ବିଗତ ୬ ବର୍ଷ ଧରି ଦେଶର କ୍ରୀଡା ଜଗତକୁ ସମସ୍ତ ଦିଗରୁ ପ୍ରୋତ୍ସାହନ ଦିଆଯାଉଛି । ଦେଶରେ କ୍ରୀଡା ଭିତିଭୂମିରେ ନିରନ୍ତର ସୁଧାର ଅଣାଯିବା କାରଣରୁ ଖେଳାଳିଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ବିଶେଷତଃ ଝିଅମାନେ ଖେଲୋ ଇଣ୍ଡିଆରେ
ବିଭିନ୍ନ ସ୍ତରରେ କ୍ରୀଡା କ୍ଷେତ୍ରରେ ଅନେକ ସଫଳତା ଅର୍ଜନ କରୁଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଯୁବକ ଓ ଯୁବତୀମାନେ ସୁନାମ ଆଣୁଛନ୍ତି । ଖେଲୋ ଇଣ୍ଡିଆ ଅନେକ ସଧାରଣ ଘରର ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଖୋଜିବାର ମାଧ୍ୟମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଓଡିଆ ଧାବିକା ଦୂତୀ ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି କାରଣରୁ ଦେଶରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟ ସ୍ତରର ଖେଲୋ ଇଣ୍ଡିଆ ପଦକ୍ଷେପ ନିଆଯାଇଛି । ଆଗାମୀ ଅଲମ୍ପିକ୍ସରେ ଭାରତ ଅଧିକ ମେଡାଲ୍ ଆଣୁ ଏବଂ ଓଡିଆ ଝିଅ ଦୂତି ଚାନ୍ଦ ନିଶ୍ଚିତ ଭାବରେ ସ୍ୱର୍ଣ୍ଣ ପଦକ ଜିତିବା ସମସ୍ତଙ୍କର ଅପେକ୍ଷା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆସନ୍ତା ଦିନ ମାନଙ୍କରେ କିଛି ଅନ୍ତରାଷ୍ଟ୍ରୀୟ ଖେଳ ଓଡିଶାରେ ଆୟୋଜନ କରିବା ନେଇଶ୍ରୀ ପ୍ରଧାନ କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସେହିଭଳି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ସ୍ତରରେ ସମସ୍ତ ଅତିଥି, କ୍ରୀଡାବିତ୍ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଆଜି ସମସ୍ତଙ୍କର ଉପସ୍ଥିତି ରାଜ୍ୟର ଗୌରବ ବଢାଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।

Spread the love