ବ୍ଲକ ସ୍ତରୀୟ ଫୁଟବଲ ଓ ଖୋ-କୋ ପ୍ରତିଯୋଗିତା

ସଇଁନ୍ତଲା, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂଦେଓ ଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ ଖୋ-କୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବିଡ଼ିଓ ଚନ୍ଦ୍ରମଣି ନାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷl ମୋନିକା ସିଂ ଭୋଇ ଯୋଗଦେଇ ଉଦଘାଟନ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ,ଏବିଇଓ ନାରାୟଣ ଭୋଇ,ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ, କୁମ୍ଭାରି ସରପଞ୍ଚ ଶୈଳେନ୍ଦ୍ରି ମହାନନ୍ଦ, କୁଇକେଡା ସରପଞ୍ଚ ଯୁଗଲାଲ ମାଝୀ, ଘୁନସର ସରପଞ୍ଚ ଙ୍କ ପ୍ରତିନିଧି ଚମ୍ପୁ ସେଠ,କୁଇକେଡା ସମିତି ସଭ୍ୟ ଚନ୍ଦୁ ଲାଲ ଭୋଇ, କୁମ୍ଭାରୀ ସମିତି ସଭ୍ୟା ସରୋଜିନୀ ବିଭାର, କେରମେଲୀ ସମିତି ସଭ୍ୟ ନବୀନ ରଣା,କେରମେଳି କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରଧର ବାଗ,ଗଣ୍ଡପତ୍ରାପାଳି କାର୍ଯ୍ୟନିର୍ବାହୀ ଅଧିକାରୀ ଭୀଷ୍ଣୁ କୁମ୍ଭାର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ l

ଏହି କାର୍ଯ୍ୟକ୍ରମ କୁ ଜିପିଓ ପଦ୍ମକାନ୍ତ ପାଣିଗ୍ରାହୀ ସଂଯୋଜନା କରିଥିଲେ l 3ଟି ଜୋନ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନେ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ l ଖେଳ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର, ଖେଳ ଶିକ୍ଷକ ବିନୋଦ ବିହାରି ବନଛୋର, ରଂଜିତ କୁଅର, ହିମାଂଶୁ ବିଶ୍ୱାଳ, ନରୋତ୍ତମ ମଲ୍ଲିକ, ରାଧା ଗୋବିନ୍ଦ ନାଏକ, ଶେଷଦେବ ବାରିକ, ସୁଦର୍ଶନ ନାୟକ, ପ୍ରଶାନନ୍ଦ ବାଗ, ଦିନମଣି ପୋଢ଼, ରାଜ ବିହାରି ବନଛୋର,କରୁଣା ନାଏକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରି ଥିଲେ l

Spread the love