ରଥଯାତ୍ରା ପାଇଁ ରଥଦଉଡି ଆସେ କେଉଁଠୁ, ନିଶ୍ଚୟ ପଢ଼ନ୍ତୁ

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା । ଏଥିପାଇଁ ରଥଖଳା ଠାରୁ ମହାପ୍ରଭୁଙ୍କ ବିଭିନ୍ନ ସେବା ଶେଷ ହୋଇଗଲାଣି । ତେବେ ମହାପ୍ରଭୁଙ୍କ ତିନି ରଥ ଟାଣିବା ପାଇଁ ଆବଶ୍ଯକ ହେଉଥିବା ରଥୀ କତା ଦଉଡ଼ିକୁ ରାଜ୍ଯ କତାନିଗମ ଯୋଗାଇ ଆସୁଛନ୍ତି | କତାନିଗମକୁ ଖୋର୍ଦ୍ଧା ଜିଲ୍ଲା କୁରିପୁର ଗ୍ରାମର ମହିଳମାନେ ହାତରେ ତିଆରି କରି ଯୋଗାଇ ଥାନ୍ତି । ଆସନ୍ତୁ ଦେଖିବା ଆମର ଏହି ସ୍ୱତନ୍ତ୍ର ରିପୋର୍ଟ ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ । ନାଁଟିକୁ ଧରିବା ମାତ୍ରେ ମନରେ ନିଶ୍ଚିତ ଭାବରେ ଭକ୍ତି ଭାବ ସୃଷ୍ଠି ହେବ । ତେବେ ଆଉ ମହାପ୍ରଭୁଙ୍କ ପାଇଁ ସେବା କରିବାକୁ ସୁଯୋଗ ମିଳିଲେ କିଏ ବା ହାତଛଡ଼ା କରିବ । ଯେତେ ଦୂରରେ ଭକ୍ତଟିଏ ଥିଲେ ମଧ୍ଯ ଶ୍ରୀଜଗନ୍ନାଥଙ୍କ ପାଇଁ ସେବାଟିଏ ମିଳିଲେ ନିଜକୁ ବେଶ ଭଗ୍ଯବାନ ମନେ କରେ ଭକ୍ତଟିଏ ।

ତେବେ ସମବେତ ହୋଇ ସେବା କରିବା ଅନୁଭବ ଟିକିଏ ନିଆରା । ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ଏଥିପାଇଁ ରଥ ତିଆରି ସରିଛି । ତେବେ ଏହି ରଥକୁ ଟାଣିବା ପାଇଁ ଆବଶ୍ଯକ ହୋଇଥାଏ ରଥଦଉଡ଼ି । ତେବେ ଏହି ଦଉଡ଼ିକୁ ରାଜ୍ଯ କତା ନିଗମ ଯୋଗାଉଥିବାବେଳେ କତା ନିଗମକୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା କୁରିପୁର ଗ୍ରାମର ମା’ ତାଳେଶ୍ୱରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନେ ଯୋଗାଇଥାନ୍ତି । ତେବେ ପ୍ରତିଟି ଗ୍ରୁପ ଦୈନିକ ୫ ରୁ ୭ କିଲୋ ଦଉଡ଼ି ପ୍ରସ୍ତୁତ କରିଥାନ୍ତି । ସୂଚନାରୁ ଜଣାପଡିଛିଯେ କୁରିପୁର ଗ୍ରାମରେ ରହିଛନ୍ତି ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠି ।

ତେବେ ତାଳେଶ୍ୱରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନେ ଏକତ୍ରିତ ଅନ୍ଯ ତିନୋଟି ଗୋଷ୍ଠି ଗଠନ କରି ମହିଳମାନଙ୍କୁ ଏକତ୍ରିତ କତା ଦଉଡ଼ି ତିଆରି କରିଥାନ୍ତି । ତେବେ ସାକ୍ଷୀଗୋପାଳରୁ ଆଣିବା ପରେ ପ୍ରଥମେ ଏହାକୁ ଭଲ ଭାବରେ ବଛାବଛି କରାଯାଇଥାଏ । ଏହାପରେ ଏହାକୁ ହାତ ମେସିନ ସାହାର୍ଯ୍ଯରେ କତା ଦଉଡ଼ି ପ୍ରସ୍ତୁତ କରିଥାନ୍ତି । ତେବେ ଯେଉଁ ଦିନ ଏହି କାର୍ଯ୍ଯ କରିଥାନ୍ତି ସେ ଦିନ ଆମିଷ ସେବନ କରନ୍ତି ନାହିଁ । ଏହି କାମ ପାଇଁ ଯାହା ପାରିଶ୍ରମିକ ମିଳିଲେ ବି ସେମାନଙ୍କର ଅବଶୋଷ ନ ଥାଏ । ଆନନ୍ଦ ଥାଏ ମହାପ୍ରଭୁଙ୍କ ଏହି ସେବା କରିବା ପାଇଁ ।

Spread the love