ଘିମିରି ଯୋଗୁ ଦେହ କୁଣ୍ଡାଇ ହେଉଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ଖରାଦିନେ ଦେହରେ ଘିମିରି ହେବା ଏକ ସାଧାରଣ ସମସ୍ୟା। ମାତ୍ର ବେଳେବେଳେ ଘିମିରି କୁଣ୍ଡାଇ ହୋଇ ନାଲି ନାଲି ହୋଇ ଫଳିଯିବା ସହ ରକ୍ତ ବି ବାହାରେ। ଏହା ଯନ୍ତ୍ରଣାଦାୟକ ହୋଇଥାଏ। ତେବେ ଆଜି ଆସନ୍ତୁ ଜାଣିବା ଘରୋଇ ଉପାୟରେ ଘିମିରି ଦୂର କରିବେ କେମିତି…

କିଛି କାକୁଡିକୁ ଖଣ୍ଡ ଖଣ୍ଡ କରି କାଟି ଅଳ୍ପ ସମୟ ଫ୍ରିଜରେ ରଖନ୍ତୁ। ପରେ ଏହାକୁ ଘିମିରି ହୋଇଥିବା ଜାଗାରେ ଘଷନ୍ତୁ। ଆରାମ ଲାଗିବ।
ଘିମିରି ହୋଇଥିବା ସ୍ଥାନରେ ମୁଲତାନି ମାଟି ଓ ଗୋଲାପ ଜଳ ମିଶାଇ ଲଗାଇବା ମଧ୍ୟ ଲାଭଦାୟକ ହୋଇଥାଏ।
ଚାମଚ ବେକିଂ ସୋଡ଼ାକୁ ୧ ଗିନା ପାଣିରେ ମିଶାଇ ଘିମିରି ହୋଇଥିବା ସ୍ଥାନରେ ଲଗାଇ ସଫା କରନ୍ତୁ। ଦିନକୁ ୨ ଥର ଏଭଳି କଲେ ଲାଭ ମିଳିବ।
ଆପଣ ଚାହିଁଲେ କିଛି ବରଫ ଖଣ୍ଡକୁ ଏକ କପଡ଼ାରେ ଗୁଡ଼ାଇ ଘିମିରି ହୋଇଥିବା ଜାଗାରେ ବି ଲଗାଇପାରିବେ।

Spread the love