‘ଖୁସି’ ସଫ୍ଟୱେୟାର ଉନ୍ମୋଚିତ

ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢୁଥବା କିଶୋରୀମାନଙ୍କ ମାସିକ ଋତୁକାଳୀନ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟରକ୍ଷା ଦିଗରେ ସାନିଟାରୀ ନାପ୍‌କିନ୍‌ ବଣ୍ଟନ ପାଇଁ ସରକାର ‘ଖୁସି’ ନାମରେ ଏକ ଅଭିନବ ଯୋଜନା ଆରମ୍ଭ କରିଥଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ମସିହା ଫେବ୍ରୁଆରି ମାସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ। ଏହି ଯୋଜନାରେ ରାଜ୍ୟର ୩୧୪ଟି ବ୍ଲକ୍‌ ଓ ୫ଟି ମୁନିସିପାଲ୍‌ କର୍ପୋରେସନ୍‌ ଅଧୀନରେ ଥବା ୨୯,୫୭୭ଟି ସ୍କୁଲର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୬,୮୧,୬୯୦ ଛାତ୍ରୀ ଅନ୍ତର୍ଭୁକ୍ତ ଅଟନ୍ତି।

ଆଜି ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ‘ଖୁସି’ ସଫ୍ଟୱେୟାରକୁ ଉନ୍ମୋଚନ କରିଥଲେ। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ଏହି ସଫ୍ଟୱେୟାର ମାଧ୍ୟମରେ ଯୋଜନାର ପରିଚାଳନା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବା ସହ ପ୍ରତ୍ୟେକ ହିତାଧକାରୀଙ୍କ ନିକଟରେ ପହଞ୍ଚପାରିବ। ଏହି ଅବସରରେ ଶ୍ରୀ ମହାପାତ୍ର କହିଲେ ଯେ ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସାନିଟାରୀ ନ୍ୟାପ୍‌କିନ୍‌ ଯୋଗାଣକାରୀମାନେ ଠିକ୍‌ ସମୟରେ ସାମଗ୍ରୀ ଯୋଗାଣ ସହ ବ୍ଲକର ନୋଡାଲ୍‌ ଅଫିସରମାନେ ଏସବୁକୁ ସ୍କୁଲରେ ପହଞ୍ଚାଇବେ ଓ ପ୍ରତ୍ୟେକ ଛାତ୍ରୀଙ୍କ ନିକଟରେ ଏହା ନିଶ୍ଚିତ ଭାବେ ପହଞ୍ଚ ପାରିବ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥବା ସମସ୍ତ ସରକାରୀ ବିଦ୍ୟାଳୟା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ସ୍କୁଲର ଛାତ୍ରୀମାନଙ୍କୁ ମାସିକ ୧୮ଟି ଲେଖାଏଁ ସାନିଟାରୀ ନ୍ୟାପ୍‌କିନ୍‌ ଯୋଗାଇ ଦିଆଯାଉଛି। ଏଥପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଜଣେ ମହିଳା ନୋଡାଲ ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛିା ସାନିଟାରୀ ନ୍ୟାପ୍‌କିନ୍‌ ଯୋଗାଣ ପାଇଁ ୨୦୨୦-୨୧ ମସିହା ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ ହୋଇ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରକ୍ରିୟା ଚାଲୁ ରହିଛି। ଏଥ ପାଇଁ ଚଳିତ ବର୍ଷ ୩୦ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛ।

ଏହି ଅବସରରେ ଉପସ୍ଥିତ ରହି ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ ‘ଖୁସି’ର ଆଭିମୁଖ୍ୟ ଉପରେ ଆଲୋଚନା କରିଥବାବେଳେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଡେପୁଟି ଡାଇରେକଫର ଜେନେରାଲ୍‌ ଓ ରାଜ୍ୟ ଇନ୍‌ଫର୍ମେଟିକ୍ସ ଅଫିସର କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ନିରୁପମା ମହାପାତ୍ର, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ବିଭାସ ରାୟ ପ୍ରମୁଖ ଉପସ୍ଥିତ ଥଲୋ

ଏଠାରେ ସୂଚନାଯୋଗ୍ୟ ଯେ ଖୁବଶ୍ରୀଘ୍ର ଏହି ବ୍ୟବସ୍ଥା ମୋବାଇଲ୍‌ ଆପ୍‌ ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବା ଫଳରେ ଯୋଜନାର ପରିଚାଳନା ସହଜ ଓ ସୁବିଧାଜନକ ହୋଇପାରିବ।

Spread the love