କିଡନୀକୁ ସୁସ୍ଥ ରଖିବାକୁ ସେବନ କରନ୍ତୁ ଏହି ପାନୀୟ
କିଡନୀ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଯାହା ଆପଣଙ୍କୁ ଶରୀରରେ ଥିବା ମଇଳା ସଫା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ, ରକ୍ତରେ ଥିବା ମଇଳା ସଫା କରିବାରେ ମଧ୍ୟ ଏହା ପ୍ରଭାବଶାଳୀ ଅଟେ । ଏପରି ପରିସ୍ଥିତିରେ, ଯଦି କିଡନୀ ସଠିକ୍ ଭାବରେ କାମ ନକରେ, ତେବେ ଅନେକ ସମସ୍ୟାର ଆଶଙ୍କା ଥାଏ । ତେଣୁ କିଡନୀକୁ ସଫା ଏବଂ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ । ଯଦି ଆପଣ କିଡନୀକୁ ସୁସ୍ଥ ରଖିବାକୁ ଚାହାଁନ୍ତି। ତେବେ ଲେମ୍ବୁ ଖାଆନ୍ତୁ। ଲେମ୍ବୁ ଖାଇବା ଦ୍ୱାରା କିଡନୀରେ ଥିବା ମଇଳା ସଫା ହୋଇଯାଏ ।କିଡନୀକୁ ସୁସ୍ଥ ରଖିବା ପାଇଁ ଲେମ୍ବୁ କିପରି ଖାଇବେ ଆସନ୍ତୁ ଜାଣିବା ।
ପୁଦିନା ଏବଂ ଲେମ୍ବୁ ପାଣି-
କିଡନୀକୁ ସୁସ୍ଥ ରଖିବା ପାଇଁ ପୁଦିନା ଏବଂ ଲେମ୍ବୁରୁ ପ୍ରସ୍ତୁତ ପାନୀୟ ଗୁଡିକ ପିଇ ପାରିବେ। ଏହି ପାନୀୟ ପ୍ରସ୍ତୁତ କରିବାକୁ ଏକ ଗ୍ଲାସ୍ ପାଣି ନେଇ ସେଥିରେ ଲେମ୍ବୁ ରସ, କିଛି ପୁଦିନା ପାଣି ଏବଂ କିଛି ଚିନି ମିଶାଇ ଭଲ ଭାବରେ ମିଶାଇ ପିଅନ୍ତୁ। ଏହି ପାନୀୟ ପିଇବା ଦ୍ଵାରା ଆପଣଙ୍କ କିଡନୀ ସୁସ୍ଥ ରହିଥାଏ।
ମସାଲା ଲେମ୍ବୁ ପାଣି-
ଯଦି ଆପଣ ଟିକେ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି, ତେବେ ମସାଲା ଲେମ୍ବୁ ପାଣି ପିଅନ୍ତୁ। ଏହା ଆପଣଙ୍କ କିଡନୀକୁ ସୁସ୍ଥ ରଖିବ । ଏହି ପାନୀୟ ପ୍ରସ୍ତୁତ କରିବାକୁ, ଏକ ଗ୍ଲାସ୍ ଜଳରେ ଲେମ୍ବୁ ରସ, ଜିରା-ଧନିଆ ପାଉଡର, ଚାଟ ମସାଲା ଏବଂ ସୋଡା ପାଣି ମିଶାଇ ଭଲ ଭାବରେ ମିଶାନ୍ତୁ ଏବଂ ଏହାକୁ ପିଅନ୍ତୁ।
ନଡିଆ ସିକାଞ୍ଜୀ-
କିଡନୀକୁ ସୁସ୍ଥ ରଖିବା ପାଇଁ ନଡ଼ିଆ ପାଣିରେ ପ୍ରସ୍ତୁତ ସିଙ୍କାଜୀ ପାଣି ପିଅନ୍ତୁ । ଏହାକୁ ପିଇବା ଦ୍ଵାରା କିଡନୀ ସୁସ୍ଥ ରହିବ । ଏହି ପାନୀୟ ପ୍ରସ୍ତୁତ କରିବ ପାଇଁ ଏକ ଗ୍ଲାସରେ ନଡିଆ ପାଣି ନିଅନ୍ତୁ, ଏହି ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ ।