KIIT-KISS ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଇଣ୍ଟରନ୍ୟାସନାଲ୍ ଫାଉଣ୍ଡର ଅଫ୍ ଦି ଇୟର ୨୦୨୬ ପୁରସ୍କାର ପ୍ରଦାନ
ଭୁବନେଶ୍ୱର : ଶିକ୍ଷାବିତ୍ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଇଣ୍ଟରନ୍ୟାସନାଲ୍ ଫାଉଣ୍ଡର ଅଫ୍ ଦି ଇୟର ୨୦୨୬ ପୁରସ୍କାର ପ୍ରଦାନ କରାଯାଇଛି । ଆଜି କାତାରର ଦୋହାଠାରେ ଫେଡେରେସନ୍ ଅଫ୍ ଗ୍ଲୋବାଲ୍ ଇଂଜିନିୟରିଂ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବୈଷୟିକ ଶିକ୍ଷା, ଯୁବ ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ଜୀବନ ବ୍ୟାପୀ କାର୍ଯ୍ୟ ପାଇଁ ଡ. ସମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଦୋହାଠାରେ ୫୯ତମ ଇଞ୍ଜିନିୟର୍ସ ଡେ ‘ -୨୦୨୬ ପାଳନ ଅବସରରେ ବିଶ୍ୱର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଡା. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଡ. ସାମନ୍ତଙ୍କ ଅନୁପସ୍ଥିତିରେ ତାଙ୍କର ପ୍ରତିନିଧି କାତାରରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଡ. କେ. ଶ୍ରୀକର ରେଡ୍ଡୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ପୁରସ୍କାର ଗ୍ରହଣ କରି ଡ. ସାମନ୍ତ ଫେଡେରେସନ୍ ଅଫ୍ ଗ୍ଲୋବାଲ୍ ଇଂଜିନିୟରିଂ କର୍ତ୍ତୃପକ୍ଷ ଓ ଆୟୋଜକଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।
