ଜାତିସଂଘ ବାର୍ଷିକ ରିପୋର୍ଟରେ କିଟ୍ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା
ଭୁବନେଶ୍ୱର : ଜାତିସଂଘ ବାର୍ଷିକ ରିପୋର୍ଟରେ କିଟ୍ ବିଶ୍ୱବିଦ୍ୟାଳୟ ନାମ ସାମିଲ । ଜାତିସଂଘର ଏକ ମିଳିତ ଅଧିବେଶନରେ ଭାରତର କିଟ୍ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା କରାଯାଇଛି । ଜାତିସଂଘ ଅଧିବେଶନରେ ଜାତିସଂଘର ସମସ୍ତ ଏଜେନ୍ସି ଉପସ୍ଥିତ ଥିବାବେଳେ ସେମାନଙ୍କ ସମ୍ମୁଖରେ ପ୍ରଥମ ଥର ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ବିଷୟରେ ଆଲୋଚନା ହୋଇଥିଲା । ମଙ୍ଗଳବାର ଜାତିସଂଘ ମୁଖ୍ୟାଳୟରେ ୟୁନାଇଟେଡ୍ ନେସନ୍ସ ସିଷ୍ଟମ୍ ଷ୍ଟାଫ୍ କଲେଜ୍ (UNSSC) ଜାତିସଂଘ ମହାସଚିବଙ୍କୁ ଦେଇଥିବା ବାର୍ଷିକ ରିପୋର୍ଟରେ କିଟ୍ ବିଶ୍ୱବିଦ୍ୟାଳୟକୁ ଏକ ପ୍ରମୁଖ ଅଂଶୀଦାର ଭାବରେ ଉଲ୍ଲେଖ କରିଛି । ଜାତିସଂଘ ଅଧିବେଶନରେ ଏହାର ବାର୍ଷିକ ରିପୋର୍ଟରେ କିଟ୍ ର ନାମ ଉଲ୍ଲେଖ କରାଯିବା କିଟ୍ ଓ ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି କୁହାଯାଉଛି। ପୂର୍ବରୁ ମଧ୍ୟ କିଟ୍ ଓ କିସ୍ କୁ ଜାତିସଂଘର ସ୍ପେଶାଲ କନ୍ସଲ୍ ଟେଟିଭ (UN-ECOSOC) ମାନ୍ୟତା ମିଳିବା ସମୟରେ ମଧ୍ୟ ଜାତିସଂଘ କାର୍ଯ୍ୟାଳୟରେ କିଟ୍ ଓ କିସ୍ ସମ୍ପର୍କରେ ଆଲୋଚନା ହୋଇଥିଲା ।
