ଡିନାମାଇଟ୍‌ ଲଗାଇ ଘଡ଼ିଆଳ ହତ୍ୟା!

ଅନୁଗୁଳ : ବିଲୁପ୍ତ ପ୍ରାୟ ଘଡ଼ିଆଳ ପ୍ରଜାତିର ଏକ ମାଈ କୁମ୍ଭୀରକୁ ସାତକୋଶିଆ ମହାନଦୀ ଗଣ୍ଡରେ ହତ୍ୟା କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ମଝିପଡ଼ା ନାଳରେ କୁମ୍ଭୀରର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଡିନାମାଇଟ୍‌ ବିସ୍ଫୋରଣରୁ ଘଡ଼ିଆଳଟି ମରିଥିବା ଆଶଙ୍କା କରାଯାଉଛି। ବନବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହା ଗତ ବର୍ଷ ଛୁଆ ଫୁଟେଇଥିବା କୁହାଯାଉଛି। ତେବେ ଏ ନେଇ ବନବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି।

Spread the love