କିମ୍‍ସର ବରିଳ ଅସ୍ତ୍ରୋପଚାର, ଶିଶୁର ଫୁସଫୁସରୁ ବାହାରିଲା କ୍ଷୀର ଦାନ୍ତ

ଭୁବନେଶ୍ୱର: ଜଣେ ୭ବର୍ଷ ଶିଶୁର ଫୁସ୍‍ଫୁସ୍‍ରେ ଅଟକି ରହିଥିବା କ୍ଷୀରଦାନ୍ତକୁ କିମ୍‍ସର ଡାକ୍ତରମାନେ ଅସ୍ତ୍ରୋପଚାରକରି ବାହାର କରିଛନ୍ତି । ବାଲେଶ୍ୱରର ସୋରୋ ଅଞ୍ଚଳରୁ ଆସିଥିବା ଶିଶୁ ଟିର କ୍ଷୀରଦାନ୍ତଟି ବାହାରି ଯାଇ ଫୁସ୍‍ଫୁସ୍‍ରେ ଅଟକି ରହିଥିଲା।  ଫଳରେ ଶିଶୁଟିର ଶ୍ୱାସ ପ୍ରଶ୍ୱାସରେ ଭୀଷଣ କଷ୍ଟ ହେବାରୁ ଶିଶୁଟି ହଠାତ୍‍ ନଦି ରୁ ଉଠି ପଡ଼ିଥିଲା ।
ପିଲାର ଅଭିଭାବକମାନେ ବିଭିନ୍ନ ଡାକ୍ତରଖାନାରେ ପରାମର୍ଶ କରି କୌଣସି ସୁଫଳ ନପାଇ ଶେଷରେ କିମ୍‍ସରେ
ପହଞ୍ଚିଥିଲେ । କିମ୍‍ସର କର୍ଣ୍ଣ-ନାସା-ଗଳା ବିଶେଷଜ୍ଞ ଡା. ଖଗେଶ୍ୱର ରାଉତ ଶିଶୁର ପରୀକ୍ଷା କରି ଫୁସ୍‍ଫସୁ ୍‍ ନିକଟରେ ଏକ ବାହାର କଣିକା ରହିଥିବା ଜାଣିପାରିଥିଲେ । ପରେ ଡା. ରାଉତଙ୍କ ନେତୃତ୍ୱରେ କିମ୍‍ସର ଡାକ୍ତରୀଦଳ ଉକ୍ତ ଶିଶୁର ଅସ୍ତ୍ରୋପଚାର କରି କ୍ଷୀରଦାନ୍ତଟିକୁ ବାହାର କରିବାର ସଫଳ ହୋଇଥେô ଲ । ବର୍ତ୍ତମାନ କରୋନାର ଭୟ ବାଲେଶ୍ୱର ଅଞ୍ଚଳରେ ରହିଥିବା ବେଳେ ଡା ରାଉତ ଏବଂ ତାଙ୍କ ଦଳ ଏଭଳି ଜଟିଳ ସମସ୍ୟା ହାତକୁ ନେଇ ସଫଳ ହୋଇଥେô ଲ । ଡାକ୍ତରୀ ଦଳ ପିପିଇ ପରିଧାନ କରି ଏଭଳି ଅସ୍ତ୍ରୋପଚାର କରିବାକୁ ବାଧ୍ୟ ହୋଇଥିଲେ । କ୍ଷୀରଦାନ୍ତଟି ଦେଖାଯାଉଥିଲେ ମଧ୍ୟ ଏହା ଖସି ଯାଉଥôବରୁ ଏହାକୁ ଯନ୍ତ୍ରାଂଶରେ ଧରିବାକୁ ମଧ୍ୟ ସମ୍ଭବ ହେଉନଥିଲା ।

ଡା ରାଉତଙ୍କୁ କର୍ଣ୍ଣ-ନାସା-ଗଳା ବିଭାଗର ଡା. ଗିଫ୍‍ଟି ଜାଚାରିଆସ ଓ ଡା. ରଚିତ ସହଯୋଗ କରିଥିବା ବେଳେ ଓ ଆନାସ୍ଥେସିଆ ବିଭାଗର ଡା. ଜଗଦ୍ଦୀଶ ଚନ୍ଦ୍ର ମିଶ୍ର, ଡା. ଅମିତ ପ୍ରଧାନ, ଡା. ଅମ୍ରିତା ଓ ଡା. ଅପର୍ଣ୍ଣା ଜୟରାଜ ସହଯୋଗ କରିଥିଲେ । ଅସ୍ତ୍ରୋପଚାର କରିଥିବା ସମସ୍ତ ଡାକ୍ତରୀ ଦଳକୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇବା ସହ କରୋନା ସମୟରେ ଏହା କିମ୍‍ସରେ ଏକ ସାମାଜିକ ଦାୟିତ୍ୱବୋଧ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Spread the love