କିନ୍ନରଙ୍କୁ ଗଳାକାଟି ହତ୍ୟା

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ଗୋଡଭଗା ନିକଟରେ ଜଣେ କିନ୍ନରଙ୍କୁ ଗଳାକାଟି ହତ୍ୟା ଅଭିଯୋଗ । ଖବର ପାଇ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଶବକୁ ଜବତ କରି ବୁର୍ଲା ବଡ଼ ମେଡିକାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

କିନ୍ନରର ମୃତ ଦେହ ନିକଟରେ ଏକ ଟିଭିଏସ ଜୁପିଟର ଗାଡି ରାସ୍ତାକଡରେ ଥିଲା । ମୃତ କିନ୍ନର ଜଣକ ଗୋସଲା କଦମ ପଡାର ୨୦ ବର୍ଷିୟା ଫିରୋଜ ଛାତ୍ରୀଆ । କିଏ ଓ କେଉଁ କାରଣରୁ ହତ୍ୟାକାଣ୍ଡ କରିଛି ତାହା ଜଣାପଡ଼ିନାହିଁ। ତେବେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Spread the love