BMCରେ ଆକ୍ସନ: ଭାଙ୍ଗିଲା କିଶୋର ଭାଇ ମଟନ ଦୋକାନ

ଭୁବନେଶ୍ୱର ୧୬/୦୯: ମାଟିରେ ମିଶିଲା କିଶୋର ଭାଇନା ମଟନ୍ ଦୋକାନ । ଅପମିଶ୍ରିତ ଖାଦ୍ୟ ପ୍ରସ୍ତୁତି ନେଇ ବିଏମ୍ସିର କାର୍ଯ୍ୟାନୁଷ୍ଠାନ । ବିଏମ୍ସି ପକ୍ଷରୁ ସିଲ୍ ପରେ ବି ଖୋଲିଥିଲା ଦୋକାନ । ଗତ ବୁଧବାର ଦୋକାନ ସିଲ୍ କରିଥିଲା ବିଏମ୍ସି । ଗତକାଲି ଦୋକାନ ଖୋଲିଥିଲେ ହୋଚେଲ ମାଲିକ । ଆଜି ବିଏମ୍ସି ପକ୍ଷରୁ ଦୋକାନକୁ ଭାଙ୍ଗିଦିଆଇଛି ।

ସୂଚନା ଥାଉକି, ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲରେ ବୁଧବାର ଖାଦ୍ୟ ସୁରକ୍ଷା ବିଭାଗ ଟିମ୍‌ ଚଢଉ କରିଥିଲା । ଦୋକାନର ଫୁଡ୍‌ ଲାଇସେନ୍ସ ବାତିଲ କରିବା ସହ ଜରିମାନା ଲଗାଇଥିଲା ବିଭାଗ । ଅଭିଯୋଗ ଥିଲା ମଟନରେ ପଡ଼ୁଥିଲା ଏକ୍ସପାରୀ ସସ୍‌ । ବ୍ୟବହାର ହେଉଥିଲା କ୍ଷତିକାରକ ନାଲି ରଙ୍ଗ । ଏପରି ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ହୋଇଥିଲା ଚଢାଉ । ଏହାସହ ମଟନ ଦୋକାନ ଚାରି କଡ଼ରେ ଥିଲା ଅସ୍ୱାସ୍ଥ୍ୟକର ପରିବେଶ । ଡ୍ରେନ୍‌ ପାଖରେ ଥିଲା ଦୋକାନ । ଏହାରି ଭିତରେ ଦୋକାନ ଚାଲୁଥିଲା । ସେଥିରେ ପୁଣି ତରକାରୀରେ ମିଶୁଥିଲା କ୍ଷତିକାରକ ରଙ୍ଗ । ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ଅତି ନିମ୍ନମାନର ସସ୍‌କୁ ବ୍ୟବହାର କରାଯାଉଥିଲା । ସେହିପରି ବାସୀ କଙ୍କଡ଼ା ମଧ୍ୟ ଜବତ ହୋଇଥିଲା ।

ତେଣୁ ଖାଦ୍ୟର ମାନ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରାଯାଇଥିଲା । ଏହାସହ ଫୁଡ୍‌ ଲାଇସେନ୍ସକୁ ବାତିଲ କରିଥିଲା BMC । ପୂର୍ବରୁ ଏଠାରେ ବାସୀ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ଲାଇସେନ୍ସ ବାତିଲ କରିବା ପରେ ବି ଗୁରୁବାର ହୋଟେଲ ଖୋଲି ଖାଇବା ରନ୍ଧା ହୋଇଥିଲା । ଯାହାକୁ ନେଇ ଶୁକ୍ରବାର ଆକ୍ସନ ନେଇଛି BMC ।

Spread the love