ଜାଭେଲିନ ହିରୋଙ୍କୁ ଗାଁ ମାଟିରେ ସ୍ବାଗତ, ବିରାଟ ପଟୁଆରରେ ଗାଁକୁ ଫେରିଲେ କିଶୋର ଜେନା

ଗାଁ ମାଟିରେ ଗାଁ ପୁଅକୁ ଭବ୍ୟ ସ୍ବାଗତ। ରୌପ୍ୟ ବିଜେତା କିଶୋର ଜେନାଙ୍କୁ ଗାଁ ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା । ବନ୍ଦାପନା କରି ଘରକୁ ନେଲେ ମାଆ ଓ ଭଉଣୀ । ନିଜ ଗାଁକୁ ବିରାଟ ପଟୁଆରରେ ଫେରିଛନ୍ତି ଏସିଆନ ଗେମ୍ ସ ରୌପ୍ୟ ପଦକ ବିଜେତା କିଶୋର ଜେନା। ପ୍ରଥମେ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଜନ୍ମ ମାଟି ବ୍ରହ୍ମଗିରିରେ ପହଞ୍ଚିଲେ। ରାସ୍ତାସାରା କିଶୋରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ରହ୍ମଗିରିରେ ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବା ପରେ ନିଜ ଗାଁ କୋଠସାହି ଘରକୁ ଯାଇଛନ୍ତି ।

କିଶୋରଙ୍କୁ ସ୍ବାଗତ କରିବାକୁ ଖୁସିରେ ଫାଟି ପଡ଼ିଥିଲା ଗାଁ ମାଟି। ପରିବାର ଲୋକଙ୍କ ସହ ଗ୍ରାମବାସୀ ବେଶ ଆନନ୍ଦ ପ୍ରକାଶ କରିଛନ୍ତି। ଚୀନରେ ଅନୁଷ୍ଠିତ ଏସିଆନ୍ସ ଗେମ୍ସର ଜାଭେଲିନ ଥ୍ରୋରେ ରୌପ୍ୟ ହାସଲ କରି ନିଜ ଗାଁ ମାଟିକୁ ଫେରିଛନ୍ତି । ୮୭.୫୪ ମିଟର ଜାଭେଲିନ ଫୋଫାଡ଼ି ରୌପ୍ୟ ପଦକ ବିଜେତା ହୋଇଛନ୍ତି କିଶୋର। ଏହା ସହ ୨୦୨୪ ଅଲିମ୍ପିକ ପାଇଁ ଯୋଗ୍ୟତା ମଧ୍ୟ ହାସଲ କରିଛନ୍ତି ।
Spread the love