ଭୁବନେଶ୍ୱର କିସ୍‌ରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱରରେ କିସ୍‌ ପକ୍ଷରୁ ମହିମା ଧର୍ମର ଆଦ୍ୟ ପ୍ରବକ୍ତା ସନ୍ଥକବି ଭୀମ ଭୋଇ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ କିସ୍‌ ପରିସରରେ ଥିବା ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରାଙ୍କ ସମେତ ଭୀମ ଭୋଇ ଚେୟାରର ପ୍ରଫେସର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଭୀମ ଭୋଇଙ୍କ ମହାନ ଆଦର୍ଶ ଉପରେ ଆଲୋକପାତ କରିଥିଲେ।

ସେହିପରି ପବିତ୍ର ବୁଦ୍ଧ ଜୟନ୍ତୀ ଅବସରରେ ଡ. ସାମନ୍ତ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପ୍ରଣତି ଜଣାଇଥିଲେ। ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଡ. ସାମନ୍ତ ଭଗବାନ ବୁଦ୍ଧ ଓ ବୌଦ୍ଧ ଧର୍ମ ସମ୍ପର୍କରେ କହିଥିଲେ। ଏହି ଅବସରରେ କିଟ୍‌ ପରିସରରେ ଏକ ବୁଦ୍ଧ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହୋଇଥିଲା। ଖୁବ୍‌ ଶୀଘ୍ର କିଟ୍‌ ପରିସରରେ ଏକ ବୁଦ୍ଧ ମନ୍ଦିର ନିର୍ମାଣ କରାଯିବ ବୋଲି ଡ. ସାମନ୍ତ ସୂଚନା ଦେଇଥିଲେ।

Spread the love