ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ କିସ୍‌ ଛାତ୍ରୀ ମୀନା ସାନ୍ତା

ଭୁବନେଶ୍ୱର : ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ କିସ୍‌ ଛାତ୍ରୀଙ୍କ ସଫଳତା । କିସ୍‌ ଛାତ୍ରୀ ମୀନା ସାନ୍ତା ହିମାଚଳ ପ୍ରଦେଶରେ ହୋଇଥିବା ଖେଲୋ ଇଣ୍ଡିଆ ଜାତୀୟ ଭାରତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମୀନା ୧୭ ବର୍ଷରୁ କମ ବିଭାଗରେ ୫୫ କ୍ୟାଟୋଗୋରୀରେ ୧୪୫ କେଜି ଓଜନର ଭାରତ୍ତୋଳନ ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ତାଙ୍କର ଏହି ସଫଳତା ପରେ ସ୍ଥାନୀୟ ଅଞ୍ଚଳ ଓ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ମହଲରୁ ମୀନାଙ୍କୁ ଶୁଭେଚ୍ଛା ମିଳୁଛି । ସେ ଏହି ସଫଳତାର ଶ୍ରେୟ କିଟ୍‌ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କୋଚ୍‌ ଓ ଓ ନିଜ ପରିବାର ଲୋକଙ୍କୁ ଦେଇଛନ୍ତି । ଆଗକୁ ସେ ଅଲିମ୍ପିକସ୍‌ରେ ଭାଗ ନେବାକୁ ଲକ୍ଷ ରଖିଛନ୍ତି ମୀନା । ଆଗକୁ ମୀନାଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Spread the love