କିସ୍‌ ବିଶ୍ୱବିଦ୍ୟାଳୟର ପାଳିତ ହେଲା ୪ର୍ଥ ପ୍ରତିଷ୍ଠା ଦିବସ

କିସ୍‌ ବିଶ୍ୱବିଦ୍ୟାଳୟର ୪ର୍ଥ ପ୍ରତିଷ୍ଠା ଦିବସ ପାଳିତ। ମୁଖ୍ୟ ଅତିଥି ଭାବେ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ କିସ୍‌ ବିଶ୍ୱବିଦ୍ୟାଳୟ ଶିକ୍ଷା ସହ ଗବେଷଣା କ୍ଷେତ୍ରରେ ଯେଭଳି ଅଧିକରୁ ଅଧିକ କାର୍ଯ୍ୟ କରିପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ। କିସ୍‌ ଏବେ ସମଗ୍ର ବିଶ୍ୱରେ ଏକ ଖ୍ୟାତି ସମ୍ପନ୍ନ ଅନୁଷ୍ଠାନ ହୋଇପାରିଥିବା ବେଳେ ଏହା ଜରିଆରେ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଛି ବୋଲି ଡ. ସାମନ୍ତ କହିଥିଲେ। କିସ୍‌ ବିଶ୍ୱବିଦ୍ୟାଳୟ ଏକ ସଫଳ ଅନୁଷ୍ଠାନ ହେବା ପଛରେ ଯେଉଁ ନିଷ୍ଠାପର ଉଦ୍ୟମ ରହିଛି ତାକୁ ଗବେଷଣା ଓ ଅନ୍ୟାନ୍ୟ ଜରିଆରେ ଆହୁରି ଆଗକୁ ନେବାକୁ ଡ. ସାମନ୍ତ ପରାମର୍ଶ ଦେଇଥିଲେ। ଏଥିରେ ଯୋଗ ଦେଇ କିଟ୍‌ ଓ କିସ୍‌ ସମ୍ପାଦକ ଆର ଏନ୍‌ ଦାଶ କହିଲେ, କିସ୍‌ ବିଶ୍ୱର ଏକ ଅନନ୍ୟ ଓ ଅଦ୍ୱିତୀୟ ଅନୁଷ୍ଠାନ। କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ ବେହେରା କହିଲେ, ଶିକ୍ଷା ଓ ଗବେଷଣାକୁ ଆଗକୁ ଆଗେଇ ନେବା ପାଇଁ କିସ୍‌ ବିଶ୍ୱବିଦ୍ୟାଳୟ ଖୁବ୍‌ କମ୍‌ ସମୟ ମଧ୍ୟରେ ବହୁ ଅନୁଷ୍ଠାନ ସହ ସହବନ୍ଧିତ ହୋଇସାରିଛି।

Spread the love