ସୋଆ କର୍ମଚାରୀଙ୍କ ଅକାଳ ବିୟୋଗ

ଭୁବନେଶ୍ୱର, ୨୯/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଥିବା କିଶୋର ପାତ୍ରଙ୍କ ର ହୃଦ୍‌ଘାତ ଯୋଗୁଁ ଅକାଳ ବିୟୋଗ ଘଟିଛି । ଦୀର୍ଘ ୧୭ ବର୍ଷ ଧରି ସୋଆରେ ଷ୍ଟୋର ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରିଆସୁଥିବା ସ୍ୱର୍ଗତଃ ପାତ୍ର ଗତ ୨୭ ତାରିଖ ବିଳମ୍ବିତ ରାତିରେ ଛାତିରେ କଷ୍ଟ ଅନୁଭବ କରିବା ପରେ ହୃଦ୍‌ଘାତ ହେବା କାରଣରୁ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୩ ବର୍ଷ ହୋଇଥିଲା । ଅଡ଼ସପୁର ଅଂଚଳର ବାସିନ୍ଦା ଶ୍ରୀ ପାତ୍ରଙ୍କ ପତ୍ନୀ,
ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ଅତ୍ୟନ୍ତ ମିଷ୍ଟଭାଷୀ ଏବଂ କର୍ତବ୍ୟନିଷ୍ଠ ସ୍ୱର୍ଗତଃ ପାତ୍ରଙ୍କ ମୃତ୍ୟୁରେ ସୋଆରେ ଶୋକର ଛାୟା
ଖେଳିଯାଇଛି । ସୋମବାର ସୋଆ ପରିବାର ପକ୍ଷରୁ ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ଏକ ସଭାରେ
ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି ।

Spread the love