କିଟ୍‌ ଓ କିସ୍‌ ପରିଦର୍ଶନ କଲେ ଫ୍ରାନ୍ସର କନସୁଲ୍‌ ଜେନେରାଲ୍‌ ଡିଡିଅର୍‌ ତାଲପେନ୍‌

ଆଜି କିଟ୍‌ ଓ କିସ୍‌ ପରିଦର୍ଶନ କରିଛନ୍ତି ଫ୍ରାନ୍ସର କନସୁଲ୍‌ ଜେନେରାଲ୍‌ ଡିଡିଅର୍‌ ତାଲପେନ୍‌ । କିଟ୍‌ର କ୍ୟାମ୍ପସ ବୁଲି ଦେଖିବା ସହ ସେ କିସ୍‌ର ସମସ୍ତ ୟୁନିଟ୍‌ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।

ଶିକ୍ଷା ଜରିଆରେ ଦାରିଦ୍ର୍ୟ ଦୂରୀକରଣ ନେଇ ଡ. ସାମନ୍ତଙ୍କ କାର୍ଯ୍ୟକୁ ତାଲପେନ୍‌ ପ୍ରଶଂସା କରିଥିଲେ । ବିଶେଷକରି କିସ୍‌ ଜରିଆରେ ହଜାର ହଜାର ଜନଜାତି ଛାତ୍ରଛାତ୍ରୀ କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରୁଛନ୍ତି ସେନେଇ ତାଲପେନ କିସ ଓ କିଟର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଲପେନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Spread the love