କିଟ୍‌ ପଲିଟେକ୍ନିକ୍‌ ରାଜ୍ୟରେ ୧ ନମ୍ବର

ଭୁବନେଶ୍ୱର  : କ୍ୱାଲିଟି କାଉନ୍‌ସିଲ ଅଫ୍‌ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାଶନାଲ୍‌ ଆକ୍ରିଡିଟେସନ୍‌ ବୋର୍ଡ ଫର୍‌ ଏଜୁକେଶନ ଆଣ୍ଡ ଟ୍ରେନିଂ (ନାବେଟ୍‌) ଏବଂ ଷ୍ଟେଟ୍‌ କାଉନସିଲ୍‌ ଫର୍‌ ଟେକ୍ନିକାଲ୍‌ ଏଜୁକେଶନ ଓ ଭୋକେଶନାଲ ଟ୍ରେନିଂ ପକ୍ଷରୁ ୧ମ ଥର ଲାଗି ଓଡ଼ିଶାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପଲିଟେକ୍ନିକ୍‌ ଶିକ୍ଷାନୁଷ୍ଠାନକୁ ର଼୍ୟାଙ୍କିଙ୍ଗ୍‌ ପ୍ରଦାନ କରାଯାଇଛି।ନିକଟରେ ଷ୍ଟେଟ୍‌ କାଉନସିଲ୍‌ର ମୁଖ୍ୟାଳୟଠାରେ ର଼୍ୟାଙ୍କିଙ୍ଗ୍‌ରେ ସ୍ଥାନ ପାଇଥିବା ଅନୁଷ୍ଠାନଗୁଡ଼ିକର ନାମ ଘୋଷଣା କରାଯାଇଥିଲା। ଏପରିକି କ୍ୟୁସିଆଇ ନାବେଟ ର଼୍ୟାଙ୍କିଙ୍ଗ୍‌ରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍‌ ପଲିଟେକନିକ୍‌ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଉଭୟ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍‌ ପଲିଟେକ୍ନିକର ଅଧ୍ୟକ୍ଷ ଡ. ତନ୍ମୟ ମହାନ୍ତି, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ଛାତ୍ରୀଛାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love