ଗୁଡି ସୁତା ଲାଗି ୩ ଯୁବକଙ୍କ କଟିଲା ବେକ

ଭୁବନେଶ୍ୱର: ଗୁଡି ସୁତା ଲାଗି ୩ ଯୁବକଙ୍କ କଟିଲା ବେକ । ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଡୁମୁଡୁମା ପାଲା ମଣ୍ଡପ ନିକଟରେ ଯୁବକଙ୍କ ବେକରେ ଲାଗିଲା ମଞ୍ଜା ସୁତା । ସ୍କୁଟିରେ ଯାଉଥିବା ବେଳେ ଯୁବକଙ୍କ ବେକରେ ଗୁଡେଇ ହୋଇଥିଲା ସୁତା। ସେଥିରେ ସେମାନେ   ଆହତ ହୋଇଥିଲେ । ଆହତଙ୍କୁ ଦେଖି  ସ୍ଥନୀୟ  ଲୋକେ  ମେଡିସିନ ଷ୍ଟୋରକୁ ନେଇ ଚିକିତ୍ସା କରିଥିଲେ ।

ସୂଚନା ମୁତାବକ ମାଞ୍ଜା ସୂତାରେ ଆହତ ହୋଇଥିବା ବ୍ୟକ୍ତି ସ୍ବୟମ ରାୟ ଚୋଧୁରି  । ସେ ଜଣେ low student  ବୋଲି ଜଣାପଡିଛି ।ଆଉ ଦୁଇ ଜଣ ଆହତ। ତେବେ କିଏ ଏହି ସ୍ଥାନରେ ସୂତା ଲଗାଇଛନ୍ତି  । ଅର୍ଥାତ ଗୁଡ଼ି ଛାଡିବା ବେଳେ ଏହି ସୂତା ଲାଗିଥିବା ହିଁ ଅନୁମାନ କରାଯାଉଛି  ।

Spread the love