କଟକରେ ମାଞ୍ଜା ସୂତା ଗୁଡି ଉପରେ କଟକଣା

ଜିଲ୍ଲାରେ ଗୁଡି ଉଡାକୁ ବନ୍ଦ ନକରି ଗୁଡି ଉଡା ସମୟରେ ସାବଧାନତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ମାଞ୍ଜା ସୂତା ବ୍ୟବହାର ନକରି କଟନ ସୂତାରେ ଗୁଡି ଉଡାଇବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅଭିଭାବକ ମାନେ ଘରର ଛାତ ଉପରେ ପିଲାମାନଙ୍କୁ ଗୁଡି ଉଡାଇବାକୁ ବାରଣ କରିବାକୁ ପ୍ରଶାସନ ଅନୁରୋଧ କରିଛି । ଖୋଲା ସ୍ଥାନରେ ଗୁଡି ଉଡାଇବାକୁ ଜିଲାପ୍ରଶାସନ ପରାମର୍ଶ ଦେଇଛି । କଟକ ସହରରେ ଗୁଡି ଉଡାଇବା ପାଇଁ ଜିଲ୍ଲାପ୍ରଶାସନ ୧୦ ଗୋଟି ସ୍ଥାନ ଚିହ୍ନଟ କରିଛି । ସେହିପରି ବ୍ୟବସାୟୀ ମାନଙ୍କୁ ମାଞ୍ଜା ଦିଆ ସୂତା ବିକ୍ରି ନକରିବା ପାଇଁ ଜିଲ୍ଲା ପ୍ରଶାସନ ବାରଣ କରିଥିବା କଟକ ଜିଲ୍ଲାପାଳ କହିଛନ୍ତି ।

Spread the love