କେ.ଏଲ୍ ରାହୁଲଙ୍କୁ ପ୍ରଶଂସା କଲେ ସୁନୀଲ ଶେଟ୍ଟୀ : ୟୁଜର୍ସ କହିଲେ ଏମିତି

ମୁମ୍ବାଇ ୧୪/୦୮ : ବଲିଉଡ୍ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀ ଓ ଭାରତୀୟ କ୍ରିକେଟର କେ ଏଲ୍ ରାହୁଲଙ୍କ ସମ୍ପର୍କକୁ ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଚାଲିଛି । ଅଧିକାଂଶ ସମୟରେ ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କିନ୍ତୁ ଆଥିଆ ରାହୁଲଙ୍କ ସମ୍ପର୍କକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ହେଲେ ଏଥିମଧ୍ୟରେ ରାହୁଲ ସୁନୀଲ ଶେଟ୍ଟୀଙ୍କ ଜନ୍ମଦିନରେ ତାଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି ।

ଅଗଷ୍ଟ ୧୧ ତାରିଖରେ ସୁନୀଲ ଶେଟ୍ଟୀଙ୍କ ଜନ୍ମ ଦିନ ଥିଲା । ଏହି ଖାସ୍ ଅବସରରେ ତାଙ୍କ ଫ୍ୟାନ୍ସ ଏବଂ ରାହୁଲ ତାଙ୍କୁ ଉପହାର ଦେଇଛନ୍ତି । ଯାହାକୁ ସୁନୀଲ ଶେଟ୍ଟୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଲର୍ଡ୍ସରେ ଖେଳାଯାଉଥିବା ଦ୍ବିତିୟ ଟେଷ୍ଟ ମ୍ୟାଚ୍‌ରେ ରାହୁଲ ଦମଦାର ବ୍ୟାଟିଂ କରି ଶତକ ମାରିଛନ୍ତି । ରାହୁଲଙ୍କ ଶତକ ମାରିବା ଭିଡିଓକୁ ସୁନୀଲ ଶେଟ୍ଟୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓ ସେୟାର୍ କରି ଅଭିନେତା ଲେଖିଛନ୍ତି, ‘କ୍ରିକେଟ୍ ମକ୍କାରେ ୧୦୦ ରନ୍, ଶୁଭେଚ୍ଛା ଏବଂ ଆହୁରି ଭଲ ଖେଳନ୍ତୁ ବାବା.. ମୋ ବର୍ଥ ଡେ’ ଗିଫ୍ଟ ପାଇଁ ଧନ୍ୟବାଦ ।’

ତେବେ ସୁନୀଲ ଶେଟ୍ଟୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ଆସିଛି । ଏହା ଉପରେ ଜଣେ ୟୁଜର୍ସ କମେଣ୍ଟ କରି କହିଛନ୍ତି କି ଇତିହାସରେ ପ୍ରଥମ ଥର ପାଇଁ ଶଶୁର ନିଜ ଜ୍ବାଇଁ ବିଷୟରେ କହୁଛନ୍ତି । ଅନ୍ୟ ଜଣେ ୟୁଜର୍ସ କହିଛନ୍ତି ତେବେ ସମ୍ପର୍କ ତାହାଲେ ନିଶ୍ଚିତ ..।

ତେବେ ବ୍ୟାଟ୍ସମ୍ୟାନ ଭାବେ ରାହୁଲ ଭାରତର ପ୍ରଥମ ପସନ୍ଦ ନଥିଲେ । କିନ୍ତୁ ଶୁବନମ୍ ଗିଲ ଓ ମୟଙ୍କ ଅଗ୍ରୱାଲ ଆହାତ ହେବା ପରେ ରାହୁଲଙ୍କୁ ଏହି ଦାୟିତ୍ବ ମିଳିଥିଲା । ରାହୁଲ ଶତକ ମାରିବା ପରେ ଲର୍ଡ୍ସର ସମ୍ମାନଜନକ ଅନର୍ସ ବୋର୍ଡରେ ନିଜ ନାଁ ଉଲ୍ଲେଖ କରିବାରେ ଭାରତର ଦଶମ ଖେଳାଳି ହୋଇଥିବା ସହ ଲର୍ଡ୍ସରେ ତୃତୀୟ ଭାରତୀୟ ଓପନ୍ନର ହୋଇପାରିଛନ୍ତି ।

Spread the love