ଏହି ମନ୍ତ୍ର ଦ୍ୱାରା ମୃତ ବ୍ୟକ୍ତି ବି ଜୀବିତ ହୋଇପାରନ୍ତି
କୁହାଯାଏ ଜୀବନ-ମରଣ ସବୁ ଇଶ୍ୱରଙ୍କ ଦ୍ୱାରା ପ୍ରଥମରୁ ସ୍ଥିର ହୋଇଥାଏ । ଗରୁଡ ପୁରାଣରୁ ଆପଣ ପାପ ପୂଣ୍ୟ, ପୂନର୍ଜନ୍ମ ସହିତ ନୀତି ନିୟମ ସମ୍ପର୍କରେ ଜାଣିପାରିବ । ଯେବେ ଆପଣ ଗରୁଡ ପୁରାଣ ରେ ‘ସଂଜୀବନୀ ବିଦ୍ୟା’ ଦ୍ୱାରା ମୃତ ବ୍ୟକ୍ତିଙ୍କୁ ପୁଣି ଥରେ ଜୀବୀତ କରିବାକୁ କଥା କୁହାଯାଇଛି । କୁହାଯାଏ ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ପାଖରେ ଏହି ବିଦ୍ୟା ଥିଲା । ଯାହାଦ୍ୱାରା ସେ ବହୁ ମୃତ ଦୈତ୍ୟଙ୍କୁ ପୁନର୍ଜୀବନ ଦେଇପାରୁଥିଲେ । ଏହି ମନ୍ତ୍ର ଦ୍ୱାରା ଶୁକ୍ରାଚାର୍ଯ୍ୟ ଆହତ ସୈନିକଙ୍କୁ ବି ଠିକ କରିପାରୁଥିଲେ ।
କ’ଣ ଏହି ସଂଜୀବନୀ ମନ୍ତ୍ର
ଗରୁଡ ପୁରାଣରେ ସଂଜୀବନୀ ବିଦ୍ୟା ଦ୍ୱାରା ଜଡିତ ମନ୍ତ୍ରକୁ ନେଇ କୁହାଯାଇଛି । ଏହି ମନ୍ତ୍ରରେ ମୃତ ବ୍ୟକ୍ତିଙ୍କୁ ଜୀବୀତ କରାଯାଇପାରୁଥିଲା । ହେଲେ ମନ୍ତ୍ରକୁ ସିଦ୍ଧ କରିବା ଜରୁରୀ ହୋଇଥାଏ ।
ସିଦ୍ଧ କରିବା ପରେ ଯହି ଏହି ମନ୍ତ୍ରକୁ ମୃତ ବ୍ୟକ୍ତିଙ୍କ କାନରେ କୁହାଯାଏ,ତେବେ ତାଙ୍କର ପ୍ରାଣ ପୁଣି ଫେରି ଆସିପାରେ । ଗରୁଡ ପୁରାଣରେ କୁହାଯାଇଛି ଯେ ମନ୍ତ୍ର ସିଦ୍ଧ ପରେ ଦଶାଂଶ ଯଜ୍ଞ ଓ ବ୍ରାହ୍ମଣ ଭୋଜନ କରିବା ଜରୁରୀ ହୋଇଥାଏ । ଏହି ସଂଜୀବନୀ ମନ୍ତ୍ର- ‘ୟକ୍ଷୀ ଓମ୍ ଉଂ ସ୍ୱାହା ।’
ଏହି ମନ୍ତ୍ର ଦ୍ୱାରା ଟଳିପାରେ ମୃତ୍ୟୁ
‘ମହାମୃତ୍ୟୁଞ୍ଜୟ ମନ୍ତ୍ର’ କୁ ମଧ୍ୟ ବହୁତ ପ୍ରଭାବଶୀଳ ମନାଯାଏ । ମାନ୍ୟତା ଯେ ଯଦି କେହି ବ୍ୟକ୍ତି ମୃତ୍ୟୁ ଶଯ୍ୟାରେ ପଡିଥାଏ ଓ ସବୁ ଚିକିତ୍ସା ପଦ୍ଧତି ଶେଷ ହୋଇଯାଇଥାଏ, ତେବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ସିଦ୍ଧି କରାଯାଇଥିଲେ , ଏହାଦ୍ୱାରା ବ୍ୟକ୍ତିର ମୃତ୍ୟୁକୁ ଏଡାଇ ଦିଆଯାଇପାରେ । କୁହାଯାଏ, ଋଷି ମାର୍କେଣ୍ଡେୟ ମହାମୃତ୍ୟୁଞ୍ଜୟ ମନ୍ତ୍ର ଦ୍ୱାରା ନିଜର ମୃତ୍ୟୁକୁ ଟାଳି ଦେଇଥିଲେ । ଫଳରେ ଯମରାଜ ଖାଲି ହାତରେ ଫେରିଥିଲେ । ତେଣୁ ଏହାକୁ ମଧ୍ୟ ମୃତ ସଂଜୀବନୀ ମନ୍ତ୍ର ବୋଲି କୁହାଯାଏ ।
ମହାମୃତ୍ୟୁଞ୍ଜୟ ମନ୍ତ୍ର
ଓଁ ତ୍ର୍ୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ।
ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୋର୍ମୁକ୍ଷୀୟ ମାମୃତାତ୍ ।।
ଗରୁଡ ପୁରାଣରେ ଭଗବାନ ବିଷ୍ଣୁ କହିଛନ୍ତି, ମୃତ୍ୟୁ ପରେ ଆତ୍ମାକୁ ତୁରନ୍ତ ଅନ୍ୟ ଶରୀର ମିଳିଥାଏ । ହେଲେ କର୍ମ ଆଧାର ଅନୁଯାୟୀ କେବେ କେବେ ଅନ୍ୟ ଶରୀର ମିଳିବାକୁ ଡେରି ବି ହୋଇଥାଏ ।
ମୃତ୍ୟୁ ପରେ ଆତ୍ମା ବାୟୁ ଶରୀର ଧାରଣ କରିଥାଏ । ଏହାପରେ ପିଣ୍ଡଦାନ ପାଇ ଆତ୍ମା ଶରୀରରେ ବାନ୍ଧି ହୋଇଯାଇଥାଏ । ତେଣୁ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ପିଣ୍ଡଦାନ କରିବାର ମହତ୍ୱ ରହିଛି । ଯାହାଫଳରେ ଆତ୍ମା ଭ୍ରମଣ କରିବାରୁ ମୁକ୍ତି ମିଳିଥାଏ ।