ଅଗଷ୍ଟ ମାସ ଗାଇଡ୍‌ଲାଇନ୍‌, ଜାଣନ୍ତୁ ରାଜ୍ୟରେ କଣ ରହିବ ଖୋଲା ଏବଂ କଣ ରହିବ ବନ୍ଦ

ଭୁବନେଶ୍ବର ୩୧/୦୭ :  ରାଜ୍ୟରେ କରୋନା ସ୍ଥିତିକୁ ନଜରରେ ରଖି ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରିଛନ୍ତି ସରକାର । ଏହି ଗାଇଡ୍‌ ଲାଇନ୍‌ ଅନୁସାରେ ପୂର୍ବାପେକ୍ଷା କିଛି କ୍ଷେତ୍ରକୁ କୋହଳ କରାଯାଇଛି । ଯାହା ଫଳରେ ଜୀବନ ଜୀବିକା ସୁଧୁରିବ ବୋଲି ଆଶା କରାଯାଉଛି । ତେବେ ଜାଣନ୍ତୁ ରାଜ୍ୟରେ କଣ ରହିବ ଖୋଲା ଏବଂ କଣ ରହିବ ବନ୍ଦ । 

ଜାଣନ୍ତୁ ରାଜ୍ୟରେ କଣ କଣ ସବୁ ବନ୍ଦ ରହିବ-

ରାତି ୮ରୁ ସକାଳ ୬ ଯାଏ ନାଇଟ୍ କର୍ଫ୍ୟୁ

କଟକ, ଭୁବନେଶ୍ବରରେ ଏବଂ ପୁରୀରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି ରହିବ

ସମସ୍ତ ଧାର୍ମିକ, ରାଜନୈତିକ ଏବଂ ସାମାଜିକ ସମାବେଶକୁ ମନା

ଭୋଜିଭାତ ଉପରେ ପୂର୍ବବତ କଟକଣା ରହିବ

ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ

ରାଜ୍ୟରେ କଣ କଣ ଖୋଲା ରହିବ-

ସକାଳ ୬ରୁ ରାତି ୮ ଯାଏ ସବୁ ଖୋଲା

୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍‌ ଖୋଲିବା

୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲି ପାରିବ ଅପେରା  

ପାର୍କ, ମଲ୍, ସମୁଦ୍ର କୂଳ ଖୋଲିବ

ସମସ୍ତ ଆହାର କେନ୍ଦ୍ର ଖୋଲାରହିବ

ରେଷ୍ଟୁରାଣ୍ଟ ଖୋଲିବ

ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ

ଧାର୍ମିକ ସ୍ଥଳ ଖୋଲରହିବ କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ

ବିବାହରେ ୨୫, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି

ମୀନା ବଜାର ଖୋଲାଯାଇପାରିବ

ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ

ମ୍ୟୁଜିୟମ, ନନ୍ଦନକାନନ, ସାପ୍ତାହିକ ହାଟ ଖୋଲା ରହିବ

ବସରେ ଯେତିକି ସିଟ୍‌ ସେତିକି ଯାତ୍ରୀଙ୍କୁ ନେଇ ଜାରି ରହିବ ବସ ଚଳାଚଳ

Spread the love