ଗେଷ୍ଟ ଲିଷ୍ଟ ଠାରୁ ଆରମ୍ଭ କରି ମେନ୍ୟୁ ଲିଷ୍ଟ ଯାଏଁ, ଜାଣନ୍ତୁ ରଣବୀର-ଆଲିଆଙ୍କ ବିବାହର ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଳୀ ୧୦।୦୪ : ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ବର୍ତ୍ତମାନ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଚର୍ଚ୍ଚା ରହିଛି। ରଣବୀର-ଆଲିଆଙ୍କ ପ୍ରଶଂସକମାନେ ସେମାନଙ୍କ ବିବାହର ପ୍ରତ୍ୟେକ ସମ୍ବନ୍ଧୀୟ ବିବରଣୀ ଜାଣିବାକୁ ଚାହାଁନ୍ତି। ଆଲିଆ ଭଟ୍ଟ ଏବଂ ରଣବୀର କପୁର ଇଣ୍ଡଷ୍ଟ୍ରିର ଏପରି ଦମ୍ପତି, ଯାହା ପ୍ରଶଂସକମାନେ ସେମାନଙ୍କ ବିବାହକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ଏହି ମୁହୂର୍ତ୍ତ ପାଖେଇ ଆସୁଥିବାରୁ ପ୍ରଶଂସକମାନେ ବହୁତ ଆଗ୍ରହ ହୋଇପଡିଛନ୍ତି । ତେବେ ମିଡିଆ ରିପୋର୍ଟ ଅନୁଯାୟୀ ସାମ୍ନାକୁ ଆସିଥିବା କିଛି ବିବରଣୀ ବିଷୟରେ ଜଣାଇବୁ।

ବିବାହ ମେନ୍ୟୁ…

ମିଡିଆ ରିପୋର୍ଟ ଅନୁଯାୟୀ ନୀତୁ କପୁର ତାଙ୍କ ପୁଅର ବିବାହ ପାଇଁ ଦିଲ୍ଲୀ ଏବଂ ଲକ୍ଷ୍ନୌରୁ ରୋଷେୟାଙ୍କୁ ଡାକିଛନ୍ତି। ଏହା ବ୍ୟତୀତ ବିବାହରେ ଇଟାଲୀୟ, ମେକ୍ସିକାନ୍, ପଞ୍ଜାବୀ, ମୁଗଲାଇ ଭଳି ଖାଦ୍ୟ ମଧ୍ୟ ପ୍ରସ୍ତୁତ ହେବ। ଏହା ବ୍ୟତୀତ ବିରିୟାନୀ ଲଭର୍ସଙ୍କ ପାଇଁ ଦିଲ୍ଲୀର ସ୍ୱତନ୍ତ୍ର ବିରିୟାନି ଏବଂ କବାବ ବିରିୟାନୀ ହେବ । ୨୫ ଟି ଶାକାହାରୀ ଖାଦ୍ୟ ମଧ୍ୟ ରହିବ ।

ବିବାହ ତାରିଖ …

ରଣବୀର-ଆଲିଆଙ୍କ ବିବାହ ରୀତିନୀତି ଏପ୍ରିଲ ୧୩ ରୁ ଆରମ୍ଭ ହୋଇଥିବାବେଳେ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଭୟ କୌଣସି ହୋଟେଲ କିମ୍ବା ରିସର୍ଟରେ ନୁହେଁ ବରଂ ନିଜର ଆରକେ ହାଉସ୍‌ରେ ଦୁହିଁଙ୍କର ହାତଗଣ୍ଠି ପଡିବ ।

ବିବାହ ଦମ୍ପତିଙ୍କ ପୋଷାକ …

ପିଙ୍କଭିଲ୍ଲାଙ୍କ ଖବର ଅନୁଯାୟୀ, ଆଲିଆ ବିବାହରେ ମନୀଷ ମଲହୋତ୍ରା ଏବଂ ସବ୍ୟସାଚିଙ୍କ ପୋଷାକ ପିନ୍ଧିବେ । ରଣବୀର ଏବଂ ନୀତୁ କପୁର ମଧ୍ୟ ମନୀଷ ମଲହୋତ୍ରାଙ୍କ ପୋଷାକ ପିନ୍ଧିବେ।

ବିବାହ ଅତିଥି …

ଖବର ଅନୁଯାୟୀ ସଞ୍ଜୟ ଲୀଲା ଭନସାଲୀ, ବରୁଣ ଧାୱନ, ଆୟାନ ମୁଖାର୍ଜୀ, ଜୋୟା ଅଖତର, ଅର୍ଜୁନ କପୁର, କରଣ ଜୋହର, ମସବା ଗୁପ୍ତା , କରୀନା କପୁର, ସୈଫ ଅଲି ଖାନଙ୍କ ସମେତ ଅନେକ ସେଲିବ୍ରେଟ ଉଭୟଙ୍କ ବିବାହରେ ସାମିଲ ହେବେ। ଅନ୍ୟପକ୍ଷରେ, ଏହି ଖବରେ କୁହାଯାଉଛି କି ସଲମାନ ଖାନ, କ୍ୟାଟ୍ରିନା କୈଫ, କଙ୍ଗନା ରାଣାୱତଙ୍କୁ ବିବାହ ନିମନ୍ତ୍ରଣ କରାଯିବ ନାହିଁ।

ରିସେପସନ୍‌ ଅତିଥି …

ରଣବୀର-ଆଲିଆଙ୍କ ବିବାହରେ ପରିବାର ଲୋକ ଓ ଘନିଷ୍ଠ ସମ୍ପର୍କିୟଙ୍କ ମଧ୍ୟରେ ହେବ। ଏଥିପାଇଁ ମନୋନୀତ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। କିନ୍ତୁ ଅନେକ ସେଲିବ୍ରେଟ୍ ରିସେପ୍ସନରେ ହିଁ ଯୋଗ ଦେଇପାରନ୍ତି ।

ଗୁରୁଦ୍ୱାରରେ ଚାଲିବ ଲଙ୍ଗର …

ବିବାହ ପରେ ଋଷି କପୁର ଏବଂ ନୀତୁ କପୁର ମଧ୍ୟ ଗୁରୁଦ୍ୱାରରେ ଲଙ୍ଗର ଚଳାଇଥିଲେ। ଏଭଳି ପରିସ୍ଥିତିରେ ରଣବୀର ଏବଂ ଆଲିଆ ମଧ୍ୟ ବିବାହ ପରେ ଏହି ପରମ୍ପରା କରିବେ।  

Spread the love