ରୁଦ୍ରାକ୍ଷ ଧାରଣ କେତେ ଉପକାରୀ, ଜାଣନ୍ତୁ…

ବିଶ୍ୱାସ ରହିଛି ଯେ, ଯେଉଁ ବ୍ୟକ୍ତି ଶରୀରରେ ରୁଦ୍ରାକ୍ଷ ଧାରଣ କରିଥାନ୍ତି ତାଙ୍କୁ ଦେବ ଦେବ ମହାଦେବଙ୍କର କରୁଣା ପ୍ରାପ୍ତି ହେବା ସହ ଐଶ୍ୱର୍ଯ୍ୟ ଲାଭ ହୋଇଥାଏ। ତେବେ କେବଳ ଧାର୍ମିକ ଆସ୍ଥା ନୁହେଁ, ବୈଜ୍ଞାନିକମାନେ ବି ଶରୀରରେ ରୁଦ୍ରାକ୍ଷ ଧାରଣ କରିବା ଉତ୍ତମ ବୋଲି ମତ ଦେଇଥାନ୍ତି। ନିକଟ ଅତୀତରେ ଫ୍ଲୋରିଡ଼ା ଇଣ୍ଟର ନ୍ୟାସନାଲ୍‌ ୟୁନିର୍ଭସିଟିର କେତେଜଣ ବୈଜ୍ଞାନିକ କହିଛନ୍ତି, ଚାପଗ୍ରସ୍ତ ଜୀବନଶୈଳୀ ଲୋକଙ୍କୁ ରୋଗାଗ୍ରସ୍ତ କରିଦିଏ। ଏଭଳି କ୍ଷେତ୍ରରେ ଶରୀରରେ ରୁଦ୍ରାକ୍ଷ ଧାରଣ କଲେ; ମସ୍ତିଷ୍କ ସ୍ଥିର ରହିବା ସହ ବ୍ୟକ୍ତିଙ୍କ ହୃଦୟ ଓ ଇନ୍ଦ୍ରିୟ ଉପରେ ଅନେକ ସୁପ୍ରଭାବ ପଡିଥାଏ। ଯଦ୍ଦ୍ବାରା ସ୍ବାସ୍ଥ୍ୟ ଭଲ ରହିବା ସହିତ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ହୋଇଥାଏ।

ସେହିପରି ଶରୀରରେ ରୋଗପ୍ରତିରୋଧ ଶକ୍ତି ବୃଦ୍ଧି କରାଇବାରେ ବି ରୁଦ୍ରାକ୍ଷର ଅନେକ ଭୂମିକା ରହିଥାଏ। ଅନ୍ୟପକ୍ଷେ ଶରୀରରେ ରୁଦ୍ରାକ୍ଷ ଧାରଣ କଲେ ଏହା ଆମ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରାଇବା ଏବଂ ମନକୁ ଶାନ୍ତ ରଖିବାରେ ମଧ୍ୟ ବିଶେଷ ସାହାଯ୍ୟ କରିଥାଏ। କୁହାଯାଏ, ଆମେ ଯେବେ ଶାରୀରିକ ଅବା ମାନସିକ ସ୍ତରରେ ଚାପଗ୍ରସ୍ତ ହେଉ, ସେବେ ଶରୀରରୁ ଅଧିକ ଊର୍ଜ୍ଜା ଉପତ୍ନ୍ନ ହୁଏ। ଆଉ ଏହି ଊର୍ଜ୍ଜାକୁ ଶୀଘ୍ର ନଷ୍ଟ ନ କଲେ, ଏହା ରକ୍ତଚାପ ଏବଂ ଚିନ୍ତା ତଥା ଅବସାଦ ଜନୀତ ସମସ୍ୟାକୁ ଅଧିକ ବଢାଇ ଦେଇଥାଏ। ଏଭଳି କ୍ଷେତ୍ରରେ ଶରୀରରେ ରୁଦ୍ରାକ୍ଷର ମାଳା ପିନ୍ଧିଲେ ଏହା ଧୀରେ ଧୀରେ ଆମ ଭିତରେ ଥିବା ଖରାପ ଊର୍ଜ୍ଜାକୁ ନଷ୍ଟ କରି ଆମକୁ ମାନସିକ ସ୍ତରରେ ଶାନ୍ତି ପ୍ରଦାନ କରିଥାଏ। ବିଶ୍ୱାସ ରହିଛି, ସୁଧପୂତ ହୋଇ ଶରୀରରେ ରୁଦ୍ରାକ୍ଷ ଧାରଣ କରିବା ଶୁଭଫଳ ଦେଇଥାଏ।

Spread the love