କେଉଁ ଉଦ୍ଦେଶ୍ୟରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିଲା ଜାଣନ୍ତୁ

ପବିତ୍ର ଚୈତ୍ର ମାସ ନବମୀ ତିଥି ତଥା ପୁଷ୍ୟା ନକ୍ଷତ୍ରରେ ପାଳନ କରାଯାଏ ରାମ ନବମୀ। ଏହି ଦିନ ପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥି । ଅଯୋଧ୍ୟାର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ଭାବେ ସ୍ୱୟଂ ବିଷ୍ଷୁ ଭଗବାନ ରାମଙ୍କ ରୂପରେ ଜନ୍ମ ନେଇଥିଲେ ବୋଲି ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ରାମଙ୍କ ଜନ୍ମର ମୂଳ ଉଦ୍ଦେଶ୍ୟ ଥିଲା ଦୁଷ୍ଟ ରାବଣର ବିନାଶ କରିବା । ଏହି କାରଣରୁ ରାମ ନବମୀରେ ଶାସ୍ତ୍ରରେ ଶକ୍ତିର ମହିମା ଏବଂ ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ। ଅନ୍ୟାୟ ଉପରେ ନ୍ୟାୟର ବିଜୟ ବୋଲି ଧରାଯାଏ । ଭଗବାନ ରାମଙ୍କ କଥା କେବଳ ପ୍ରାଚୀନ ହିନ୍ଦୁ ମହାକାବ୍ୟରେ ଉଲ୍ଲେଖ କରାଯାଇ ନାହିଁ ବରଂ ଏହା ଜୈନ ଏବଂ ବୌଦ୍ଧ ଧର୍ମର ଗ୍ରନ୍ଥରେ ମଧ୍ୟ ଭଗବାନ ରାମଙ୍କ ବିଷୟରେ ଉଲ୍ଲେଖ କରାଯାଇଛି। ପ୍ରାଚୀନ ହିନ୍ଦୁ ମହାକାବ୍ୟ ରାମାୟଣରେ ମୁଖ୍ୟ ନାୟକ ହେଉଛନ୍ତି ଭଗବାନ ଶ୍ରୀରାମ। ଭଗବାନଙ୍କ ମହତ୍ବ କେବଳ ଭାରତରେ ନୁହେଁ ବରଂ ସାରା ଦକ୍ଷିଣ ପୂର୍ବ ଏସିଆରେ ମଧ୍ୟ ଗ୍ରହଣ କରାଯାଏ ।

ଚୈତ୍ର ମାସର ପାଳନ କରାଯାଏ ବାସନ୍ତିକ ଦୁର୍ଗପୂଜା ଏବଂ ନବରାତ୍ରୀ। ନବରାତ୍ରୀର ଶେଷ ଦିନ ପଡ଼ିଥାଏ ରାମ ନବମୀ। ଏହି କାରଣରୁ ହିନ୍ଦୁମାନଙ୍କ ପର୍ବରେ ରାମ ନବମୀର ବିଶେଷ ମହତ୍ବ ରହିଛି । ସାରା ଦେଶରେ ତ ଲୋକେ ଉପବାସ କରି ପୂଜାର୍ଚ୍ଚନା ସହ ରାମ ନବମୀ ପାଳନ କରିଥାନ୍ତି । ତେବେ ଅଯୋଧ୍ୟାରେ ବିଶେଷ ରୂପେ ଏହି ପର୍ବର ଆୟୋଜନ କରାଯାଇଥାଏ। ସେହି ଦିନ ଭଜନ-କୀର୍ତ୍ତନରେ ଫାଟି ପଡ଼େ ମନ୍ଦିର ପରିସର ।

ଅନେକ ସ୍ଥାନରେ ଏହି ଦିନ ଭଗବାନ ରାମଙ୍କ ପାଲିଙ୍କି ଯାତ୍ରା ମଧ୍ୟ ବାହାରି ଥାଏ। ଲୋକମାନେ ଏହି ଦିନ ଉପବାସ କରିବା ସହ ସୂର୍ଯ୍ୟାସ୍ତ ପରେ ପାରାୟଣ କରି ଉପବାସ ଭାଙ୍ଗିଥାନ୍ତି। ରାମ ନବମୀ ଦିନ ଭଗବାନଙ୍କୁ ପ୍ରସାଦ ରୂପେ ପଞ୍ଚାମୃତ, ଶ୍ରୀଖଣ୍ଡ, କ୍ଷୀର ବା ହାଲୁଆ ଆଦି ଭୋଗ ଲଗାଯାଇଥାଏ।

Spread the love