ପିତୃ ପକ୍ଷରେ ତର୍ପଣ କରିବା ପାଇଁ ଆପଣାନ୍ତୁ ଏହି ଉପାୟ, ମିଳିବ ପିତୃ ପୁରୁଷଙ୍କ ଆଶିର୍ବାଦ

ହିନ୍ଦୁ ଧର୍ମରେ ପିତୃ ପକ୍ଷର ବଡ଼ ମହତ୍ୱ ରହିଛି । ଏହାକୁ ଶ୍ରାଦ୍ଧ ପକ୍ଷ ବୋଲି ମଧ୍ୟ କୁହାଯାଏ । ପିତୃ ପକ୍ଷରେ ଲୋକେ ନିଜର ପୂର୍ବଜଙ୍କ ମୃତ୍ୟୁ ତିଥିରେ ତାଙ୍କୁ ତର୍ପଣ କରିଥାନ୍ତି । ଧାର୍ମିକ ମାନ୍ୟତା ଅନୁସାରେ ପିତୃ ପକ୍ଷରେ ତର୍ପଣ ଓ ପିଣ୍ଡଦାନ ଆଦି କରିବା ଦ୍ୱାରା ପିତୃ ଦେବତା ପ୍ରସନ୍ନ ହୋଇଥାନ୍ତି । ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ ପିତୃ ପକ୍ଷରେ ଆମେ ଆମର ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ତର୍ପଣ ଆଦି କରିଥାନ୍ତି । ଏହା ଦ୍ୱାରା ପିତୃପୁରୁଷ ପ୍ରସନ୍ନ ହୋଇ ଆଶିର୍ବାଦ ଦେଇଥାନ୍ତି । ପିତୃପକ୍ଷରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଏବଂ ପିଣ୍ଡଦାନ ଦ୍ୱାରା ଆମ ପୂର୍ବଜମାନଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ତେବେ ଚଳିତ ବର୍ଷର ଏହି ପରମ୍ପରା ୧୭ ସେପ୍ଟେମ୍ବରରୁ ଆରମ୍ଭ ହେଉଛି । କିନ୍ତୁ ପ୍ରଥମ ଦିନର ଶ୍ରାଦ୍ଧ ସେପ୍ଟେମ୍ବର ୧୮ରେ ଅନୁଷ୍ଠିତ ହେବ, ଏହାପୂର୍ବରୁ ପୂର୍ଣ୍ଣିମାର ଶ୍ରାଦ୍ଧ ଋଷିଙ୍କ ନାମରେ ଅର୍ପଣ କରାଯିବ । ତେବେ ଏହି ପିତୃ ପକ୍ଷ କେତେ ଦିନ ପର୍ଯ୍ୟନ୍ତ ପାଳନ କରାଯିବ ଏବଂ କେମିତି ତର୍ପଣ କରିବେ ଆସନ୍ତୁ ଜାଣିବା ।

୧୭ ସେପ୍ଟେମ୍ବର ମଙ୍ଗଳବାର- ପୁର୍ଣିମା ଶ୍ରାଦ୍ଧ ।
୧୮ ସେପ୍ଟେମ୍ବର ବୁଧବାର – ପ୍ରତିପଦା ଶ୍ରାଦ୍ଧ ।
୧୯ ସେପ୍ଟେମ୍ବର ଗୁରୁବାର – ଦ୍ୱିତିଆ ଶ୍ରାଦ୍ଧ ।
୨୦ ସେପ୍ଟେମ୍ବର ଶୁକ୍ରବାର – ତୃତୀୟା ଶ୍ରାଦ୍ଧ ।
୨୧ ସେପ୍ଟେମ୍ବର ଶନିବାର – ଚତୁର୍ଥୀ ଶ୍ରାଦ୍ଧ ।
୨୨ ସେପ୍ଟେମ୍ବର ରବିବାର – ପଞ୍ଚମୀ ଶ୍ରାଦ୍ଧ ।
୨୩ ସେପ୍ଟେମ୍ବର ସୋମବାର – ଷଷ୍ଠୀ ଶ୍ରାଦ୍ଧ ଏବଂ ସପ୍ତମୀର ଶ୍ରାଦ୍ଧ ।
୨୪ ସେପ୍ଟେମ୍ବର ମଙ୍ଗଳବାର – ଅଷ୍ଟମୀ ଶ୍ରାଦ୍ଧ ।
୨୫ ସେପ୍ଟେମ୍ବର ବୁଧବାର – ନବମୀ ଶ୍ରାଦ୍ଧ ।
୨୬ ସେପ୍ଟେମ୍ବର ଗୁରୁବାର – ଦଶମୀ ଶ୍ରାଦ୍ଧ ।
୨୭ ସେପ୍ଟେମ୍ବର ଶୁକ୍ରବାର – ଏକାଦଶୀ ଶ୍ରାଦ୍ଧ ।
୨୮ ସେପ୍ଟେମ୍ବର ଶନିବାର – ଦ୍ୱାଦଶୀ ଶ୍ରାଦ୍ଧ ।
୨୯ ସେପ୍ଟେମ୍ବର ରବିବାର – ମଘା ଶ୍ରାଦ୍ଧ ।
୩୦ ସେପ୍ଟେମ୍ବର ସୋମବାର – ତ୍ରୟୋଦଶୀ ଶ୍ରାଦ୍ଧ ।
୧ ଅକ୍ଟୋବର ମଙ୍ଗଳବାର – ଚତୁର୍ଦଶୀ ଶ୍ରାଦ୍ଧ ।
୨ ଅକ୍ଟୋବର ବୁଧବାର – ସର୍ବ ପିତୃ ଅମାବାସ୍ୟା ।

ଏହି ବର୍ଷ ପିତୃ ପକ୍ଷ ୧୭ ସେପ୍ଟେମ୍ବରରୁ ଆରମ୍ଭ ହୋଇ ଆସନ୍ତା ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ପ୍ରତିଦିନ ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ନୀତି ନିୟମର ସହ ତର୍ପଣ କରନ୍ତୁ । ଆପଣ ପିତୃ ପକ୍ଷକୁ ସହଜରେ ଘରେ କରିପାରିବେ । ଏଥିପାଇଁ ପ୍ରତିଦିନ ସକାଳେ ସ୍ନାନ କରନ୍ତୁ ଏବଂ ଏକ ତମ୍ବା ପାତ୍ରରେ ପାଣି ନିଅନ୍ତୁ । କିଛି କଳା ଜୀରାକୁ ପାଣିରେ ମିଶାଇ ସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁ । ପରେ ଏହାକୁ ପୂର୍ବ ପୁରୁଷମାନଙ୍କୁ ଅର୍ପଣ କରନ୍ତୁ । ପୂର୍ବ ଆଡକୁ ମୁହଁ କରି ପିତୃପୁରୁଷଙ୍କୁ ନୈବେଦ୍ୟ ଅର୍ପଣ କରନ୍ତୁ । ପରେ ମନ୍ତ୍ର ଜପ କରନ୍ତୁ ଏବଂ ପୂର୍ବ ପୁରୁଷଙ୍କ ଆତ୍ମାର ମୋକ୍ଷ ପାଇଁ ପ୍ରାର୍ଥନା କରନ୍ତୁ । ଶେଷରେ ପୂର୍ବପୁରୁଷଙ୍କ ପାଇଁ ଖାଦ୍ୟ ଅର୍ପଣ କରନ୍ତୁ । ଶେଷ ଦିନରେ ବ୍ରାହ୍ମଣଙ୍କ ପାଇଁ ଭୋଜି ଆୟୋଜନ କରନ୍ତୁ । ଗରିବ ଏବଂ ଅସହାୟ ଲୋକଙ୍କୁ ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ପିତୃ ପୁରୁଷଙ୍କ ଆଶୀବାର୍ଦ ପ୍ରାପ୍ତି ହେବ ।

Spread the love