ଜୀବନ ସାଥି ବାଛିବା ସମୟରେ ଏହି ଭୁଲ କରନ୍ତି ଲୋକମାନେ, ଯଦି ଆରେଞ୍ଜ୍‌ ମ୍ୟାରେଜ୍‌ କରୁଛନ୍ତି ତେବେ ପଢ଼ନ୍ତୁ

ଆପଣ ଆରେଞ୍ଜ୍‌ ମ୍ୟାରେଜ୍‌ କରୁଛନ୍ତି କି । ତାହେଲେ ଆପଣଙ୍କୁ ବିଶେଷ ଧ୍ୟାନ ରଖିବାକୁ ହେବ । କାହିଁକିନା ଆରେଞ୍ଜ୍‌ ମ୍ୟାରେଜରେ ଏକ ଭଲ ଲାଇଫ୍‌ ପାର୍ଟନର ବାଛିବା ବହୁତ ମୁସକିଲ କାମ ହୋଇଥାଏ । କାହିଁକିନା ଏହାର ପ୍ରଭାବ ଆପଣଙ୍କ ସାରା ଜୀବନ ଉପରେ ପଡିଥାଏ । ଆରେଞ୍ଜ୍‌ ମ୍ୟାରେଜରେ ଝିଅ ପୁଅ ଠାରୁ ଅଧିକ ଫ୍ୟାମିଲିର ଯୋଗଦାନ ଅଧିକ ଥାଏ । ଭାରତରେ ପ୍ରାୟତଃ ଦେଖାଯାଏ ଯେ ପୁଅ ଠାରୁ ଅଧିକ, ପରିବାର ଲୋକମାନେ ଝିଅ କେମିତି ଲାଗିଲା ଏହା ଜାଣିବାକୁ ଭାରି ଇଚ୍ଛାପ୍ରକାଶ କରନ୍ତି । ଏହାପରେ ଯାଇ ପୁଅ ଝିଅଙ୍କୁ ତାଙ୍କ ପସନ୍ଦ ନାପସନ୍ଦ ବିଷୟରେ ପ୍ରଶ୍ନ କରାଯାଏ ।

ଆରେଞ୍ଜ୍‌ ମ୍ୟାରେଜରେ ଜଣେ ସଠିକ୍‌ ଜୀବନସାଥିଟିଏ ମିଳିଗଲେ ଆପଣଙ୍କ ପୂରା ଜୀବନ ବଦଳିଯାଏ ଏବଂ ଆପଣ ଜୀବନ ଏକଦମ୍‌ ଖୁସିରେ ଖୁସିରେ କଟେ । କିନ୍ତୁ ଅନେକ ଥର ଆରେଞ୍ଜ୍‌ ମ୍ୟାରେଜ୍‌ କାରଣରୁ ଲୋକଙ୍କ ଜୀବନରେ ଅନେକ ସମସ୍ୟା ଆସିଥାଏ । ଦେଖାଯାଏ ଯେ ଆରେଞ୍ଜ୍‌ ମ୍ୟାରେଜରେ ଲାଇଫ୍‌ ପାର୍ଟନର ବାଛିବା ସମୟରେ ଲୋକମାନେ କିଛି ଭୁଲ କରିବସନ୍ତି । ଯାହାକୁ ଆପଣଙ୍କୁ ଧ୍ୟାନ ଦେବା ନିହାତି ଆବଶ୍ୟକ । ତାହେଲେ ଆସନ୍ତୁ ଜାଣିବା ସେହି ଭୁଲ ବିଷୟରେ ।

ଆରେଞ୍ଜ୍‌ ମ୍ୟାରେଜରେ ସବୁବେଳେ ଲୋକମାନେ କମ୍ପାଟିବିଲିଟୀକୁ ପ୍ରାଧାନ୍ୟ ନଦେଇ ଅନ୍ୟ ସବୁ ଜିନିଷକୁ ପ୍ରାଥମିକତା ଦିଅନ୍ତି । ମେଯିତିକି ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ, ସୋସିଆଲ ଷ୍ଟାଟସ୍‌ ଏବଂ ପରିବାରର ଆର୍ଥିକ ସ୍ଥିତି । ଧରାଯାଉ ଏହି ସମସ୍ତ ଜିନିଷ ଦେଖିବା ମଧ୍ୟ ଜରୁରୀ କିନ୍ତୁ ଆପଣ ଇମୋସନାଲ, ଲାଇଫ୍‌ କମ୍ପାଟିବିଲିଟୀକୁ ବି ଅଣଦେଖା କରିବା କଥା ନୁହେଁ । କାହିଁକିନା ଏହି ସବୁ ଜିନିଷ ଆଗକୁ ଯାଇ ଅନେକ ବଡ ବଡ ମୁସକିଲକୁ ସାମ୍ନା କରିବାକୁ ଦେଇପାରେ ।

ଅନେକ ଥର ଲୋକମାନେ ଫ୍ୟାମିଲୀ ପ୍ରେସରରେ ଆସି ନିଜର ପ୍ରାଥମିକତା ଏବଂ ଇଚ୍ଛାକୁ ଇଗ୍ନୋର କରିଦିଅନ୍ତି । ଏମିତିରେ ଜରୁରୀ ହୋଇଥାଏ ଯେ ଜୀବନ ସାଥି ବାଛିବା ପୂର୍ବରୁ ଆପଣ ନିଜ ପରିବାରକୁ ପୂର୍ବରୁ ହିଁ ନିଜ ଇଚ୍ଛା ଇ ପ୍ରାଥମିକତା ବିଷୟରେ ଜଣାଇବା ଉଚିତ । ଯାହାଦ୍ୱାରା ଆପଣଙ୍କ ପାଇଁ ଲାଇଫ୍‌ ପାର୍ଟନର ଖୋଜିବା ବେଳେ ଆପଣଙ୍କ ଉଚ୍ଛା ମୁତାବକ ଖୋଜାଯାଇପାରିବ ।

ଅନେକ ଥର ଦେଖାଯାଏ ଯେ ଲୋକମାନେ ଜଣେ ଜଣଙ୍କୁ ବୁଝିବା ଆଗରୁ ଜଲଦି ଜଲଦିରେ ନିଷ୍ପତ୍ତି ନେଇଯାନ୍ତି । ଯେଉଁଥିପାଇଁ ପୁଅ ଏବଂ ଝିଅଙ୍କ ଉପରେ ଏହି ସମ୍ପର୍କକୁ ଆପଣାଇବା ପାଇଁ ଫ୍ୟାମିଲି ଓ ବାହାର ଲୋକଙ୍କ ପ୍ରେସର ଅଧିକ ରହିଥାଏ । ଯଦି ଆପଣ ନିଜ ଆରେଞ୍ଜ ମ୍ୟାରେଜକୁ ସକସେସଫୁଲ ବନାଇବାକୁ ଚାହୁଁଛନ୍ତି ତାହେଲେ ଜରୁରୀ ଯେ ଆପଣ ଦୁହେଁ ଦୁହିଁଙ୍କୁ ପ୍ରଥମେ ଭଲ ଭାବେ ଜାଣିବା ଦରକାର କଥା ହେବା ଦରକାର ।

ପ୍ରାୟତଃ ଦେଖାଯାଏ ଯେ ଦୁଇ ପରିବାର ମିଶି ପୁଅ ଓ ଝିଅଙ୍କ ବିବାହ ଠିକ୍‌ କରିଦିଅନ୍ତି । ଆଉ ଏହାରି ଭିତରେ ଯିଏ ସାରା ଜୀବନ ଏକାଠି ମିଶି ରହିବେ , ସେମାନଙ୍କ ଭିତରେ କୌଣସି କଥାବାର୍ତ୍ତା ହୋଇପାରେନି । ଅନେକ ଥର ତ ଏହା ଦେଖାଯାଏ ଯେ ପୁଅ ଏବଂ ଝିଅଙ୍କୁ ବିବାହ ପୂର୍ବରୁ ପରଷ୍ପର ସହ କତା ହେବାକୁ ଅନୁମତି ଦିଆଯାଏ ନାହିଁ । ନିଜ ଇଚ୍ଛାକୁ ବି ସେମାନେ ପରଷ୍ପର ସହ ସେୟାର କରିପାରନ୍ତିନାହିଁ । ଆରେଞ୍ଜ୍‌ ମ୍ୟାରେଜରେ ଏମିତି ହେବା ଦ୍ୱାରା ଆପଣଙ୍କୁ ଆଗକୁ ଯାଇ ଅନେକ ପ୍ରକାର ସ୍ଥିତିକୁ ସାମ୍ନା କରିବାକୁ ପଡିପାରେ । ସମ୍ପର୍କର ପିଲରକୁ ମଜବୁତ୍‌ କରିବା ପାଇଁ ବହୁତ ଜରୁରୀ ଅଟେ ଜଣେ ଜଣଙ୍କୁ ସମୟ ଦେବା ଏବଂ କତା ହେବା ।

ଏହାବ୍ୟତୀତ ଆରେଞ୍ଜ୍‌ ମ୍ୟାରେଜରେ ଏହା ଦେଖିବାକୁ ମିଳେ ଯେ ପୁଅ ଏବଂ ଝିଅ ନିଜର ବାହାଘରର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଫ୍ୟାମିଲି ଉପରେ ଛାଡି ଦିଅନ୍ତି ଏବଂ ବାହାଘର ପରେ ଯଦି କିଛି ଅସୁବିଧା ହେଲା ତାହେଲେ ପୂରା ଦୋଷ ପରିବାରକୁ ଦେଇଦିଅନ୍ତି । ଏମିତିରେ ଯଦି ଆପଣ ଏହି ସମସ୍ତ ଜିନିଷ ଠରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ଏବଂ ଆରେଞ୍ଜ୍‌ ମ୍ୟାରେଜକୁ ଏକଦମ୍‌ ସୁନ୍ଦର ଓ ସଫଳ କରିବାକୁ ଚାହୁଁଛନ୍ତି ତାହେଲେ ବହୁତ ଜରୁରୀ ଅଟେ ଯେତେବେଳେ ନିଷ୍ପତ୍ତି ନିଆଯାଉଛି ସେତେବେଳେ ନିଜକୁ ସାମିଲ କରି ନିଜ ମତ ରଖିବାକୁ ଚେଷ୍ଟା କରନ୍ତୁ ।

Spread the love