ଆଖି ତଳ କଳା ପଡିଛି କି, ତେବେ ଚିନ୍ତା ନାହିଁ ଏପରି ଦୂର କରନ୍ତୁ କଳାପଣ

ଆଖି ତଳ କଳା ପଡିଲେ ଭାରି ଅସୁନ୍ଦର ଦେଖାଯାଏ । କାହିଁକିନା ସବୁ ଝିଅ ଚାହାଁନ୍ତି ସୁନ୍ଦର ଦେଖାଯିବାକୁ । ସେଥିପାଇଁ ଝିଅମାନେ ସାଧାରଣତଃ ରୂପଚର୍ଯ୍ୟା ବହୁତ କରନ୍ତି । ଖାଲି ଝିଅ ନୁହେଁ ପୁଅମାନେ ବି ବହୁତ କିଛି କସମେଟିକ୍ସ ବ୍ୟବହାର କରନ୍ତି । ତେବେ କହିରଖିବାକୁ ଚାହିଁବୁ ଯେ ଆଖି ତଳେ ଅର୍ବିକ୍ୟୁଲାରିସ୍ ଓକୁଲି ନାମକ ଏକ ପ୍ରକାରର ବୃତାକାର ମାଂସପେଶୀ ରହିଥାଏ । ଆଉ ବ୍ଲୁ ଲାଇଟ୍ ଏହାକୁ କ୍ଷତି ପବଞ୍ଚାଇ ଥାଏ । ଗ୍ୟାଜେଟ୍ସରୁ ବାହାରୁଥିବା ଆଲୋକ ଆଖିତଳ ଚର୍ମକୁ ଶୁସ୍କ କରିଦିଏ । ସେଥିପାଇଁ ଆଖି ପୋଡ଼ିବା, ଆଖିରେ ଲାଲ୍ ସିର ପଡ଼ିବା ସହିତ ଆଖି ବଥା ହେବା ଭଳି ସମସ୍ୟା ଦେଖାଯାଏ ।

ଦୃଷ୍ଟି ଶକ୍ତିକୁ କ୍ଷତି ପହଞ୍ଚିବାର ମଧ୍ୟ ଆଶଙ୍କା ରହିଥାଏ । ଏଥିପ୍ରତି ସତର୍କ ରହିଲେ ଏପରି ସମସ୍ୟାକୁ ଦୂରେଇ ଦେଇ ହେବ । ଏଥିରୁ ବର୍ତ୍ତିବା ପାଇଁ ଆଖିର ଯତ୍ନ ନେବା ସହିତ କଳା ଦାଗରୁ ମୁକ୍ତି ପାଇବା ପାଇଁ ହେଲେ ଅଣ୍ଡର ଆଇ ରୁଟିନକୁ ଫଲୋ କରିବାକୁ ପଡ଼ିବ ।

ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମଶ୍ଚରାଇଜର । ଆଖି ତଳେ ଥିବା ଚର୍ମ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଅତି ଶୀଘ୍ର ଶୁଖିଯାଏ । ସେଥିପାଇଁ ମଶ୍ଚରାଇଜର ବ୍ୟବହାର କରିବା ନିହାତି ଜରୁରୀ । ସେହିପରି ଭିଟାମିନ ଇ ପରିମାଣ ଅଧିକ ଥିବା ଅଣ୍ଡର ଆଇ ପ୍ରଡକ୍ଟସ ବ୍ୟବହାର କରନ୍ତୁ ।

ରାତିରେ ଶୋଇବା ପୂର୍ବରୁ ଆଖି ତଳେ ବାଦାମ ତେଲ ମାଲିସ କରିପାରିବେ । ଯେମିତି ଆଖି ତଳେ ଅଧିକ ଚାପ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବେ । ତେବେ ଆଖି ଭଳି ସମ୍ବେଦନଶୀଳ ଅଙ୍ଗରେ କୌଣସି ଔଷଧ କିମ୍ବା ପ୍ରାସାଧାନ ସାମଗ୍ରୀ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ କରିବା ନିହାତି ଆବଶ୍ୟକ ।

ଯଦି ଆପଣ ଏଥିପ୍ରତି ଧ୍ୟାନ ଦେଇ ଏହି ଉପାୟକୁ ଫଲୋ କଲେ ତାହେଲେ ଦେଖିବେ ବହୁତ କମ୍‌ ଦିନରେ ହିଁ ଆପଣଙ୍କ ଆଖି ତଳେ ପଡିଥିବା କଳା ଦାଗ କମିଯିବ ।

Spread the love