ଅନେକ ଗୁଣରେ ଭରପୁର କୋବି: କିନ୍ତୁ ଏହି ରୋଗରେ ପୀଡିତ ଲୋକେ ଖାଇବା ଅନୁଚିତ

କୋବିର ଅନେକ ଫାଇଦା ରହିଛି। କୋବିରେ ଅନେକ ପ୍ରକାର ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଆଣ୍ଟିଅକ୍ସିଡେଣ୍ଟ ଯୋଗୁଁ ଏହା ଶରୀରରେ ଫ୍ରି ରେଡ଼ିକାଲ୍ସ ହେବାକୁ ଦିଏନାହିଁ ଯାହାଫଳରେ କୋଷରେ ସୁଜନ ହୋଇନଥାଏ। କୋଷରେ ସୁଜନ ହେଲେ ଅନେକ ରୋଗ ଉତ୍ପନ୍ନ ହୋଇଥାଏ। କୋବିରେ ଭିଟାମିନ ଏ,ବି, ସି ଓ ପୋଟାସିୟମ ଅଛି। ଏହା ଶୀତ ଋତୁରେ ମିଳେ। ସେଥିପାଇଁ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ମଧ୍ୟ। କୋବିରେ ବହୁ ମାତ୍ରାରେ ଫାଇବର ଅଛି ଯାହା ପାଚନ ପାଇଁ ଭଲ। ଏହା ମୌସୁମୀ ଫ୍ଲୁରୁ ମଧ୍ୟ ରକ୍ଷା କରିଥାଏ। କୋବି ଖାଇବା ଦ୍ୱାରା ମୁଡ଼ ମଧ୍ୟ ଭଲ ରହେ ବୋଲି କୁହାଯାଏ। ଏତେ ଗୁଣ ଥିଲେ ମଧ୍ୟ କିଛି ଲୋକଙ୍କୁ କୋବି ଖାଇବାକୁ ମନା କରାଯାଇଥାଏ।

କେଉଁମାନେ କୋବି ଖାଇବା ଉଚିତ ନୁହେଁ :

ଏଲର୍ଜୀ ଥିବା ଲୋକ – ବିଶେଷଜ୍ଞଙ୍କ ଅନୁଯାୟୀ, ଯେଉଁମାନଙ୍କୁ କୋବିରୁ ଏଲର୍ଜୀ ହୁଏ ସେମାନେ କୋବି ଖାଇବା ଉଚିତ ନୁହେଁ। କିଛି ଲୋକଙ୍କୁ କୋବିରୁ ଏଲର୍ଜୀ ହୁଏ। ଏମାନେ ଡାକ୍ତରଙ୍କୁ ପରାମର୍ଶ କରି କୋବି ଖାଇବା ଉଚିତ।

ଡାଏବେଟିସ – କୋବି ଡାଏବେଟିସ ରୋଗୀଙ୍କ ବ୍ଲଡ଼ ସୁଗାର ଲେଭଲକୁ ପ୍ରଭାବିତ କରିପାରେ। ଯଦି ଆପଣଙ୍କୁ ଡାଏବେଟିସ ଅଛି ତାହେଲେ କୋବି ଖାଇବା ପରେ ସୁଗାର ଟେଷ୍ଟ କରନ୍ତୁ। ଯଦି ସୁଗାର ଲେଭଲ କମ କିମ୍ବା ବେଶୀ ଅଛି ତାହେଲେ କୋବି ଖାଆନ୍ତୁ ନାହିଁ।

ଥାଇରଏଡ – ଯେଉଁମାନେ ହାଇପୋଥାଇରଏଡରେ ପୀଡିତ ସେମାନେ ମଧ୍ୟ କୋବି ଖାଇଲେ ଅଧିକ ସମସ୍ୟା ହୋଇପାରେ। ସେଥିପାଇଁ ଏମାନେ ମଧ୍ୟ କୋବି ଖାଇବା ଉଚିତ ନୁହେଁ।

ସର୍ଜରୀ – ଯଦି ଆପଣଙ୍କର କିଛି ସର୍ଜରୀ ହୋଇଛି ତାହେଲେ କୋବି ଖାଆନ୍ତୁ ନାହିଁ। ଏହା ଗ୍ଲୁକୋଜ ଲେଭଲକୁ ପ୍ରଭାବିତ କରିଥାଏ। ସେଥିପାଇଁ ସର୍ଜରୀ ପରେ ଦୁଇ ସପ୍ତାହ ଯାଏଁ କୋବି ନ ଖାଇବା ଭଲ।

Spread the love