କୋଣାର୍କର ସୂର୍ଯ୍ୟ ମନ୍ଦିର ଚକା ଇଣ୍ଟରପୋଲ୍‌ ମହାସଭାର ଲୋଗୋ, ୨୫ ବର୍ଷ ପରେ ଭାରତରେ ହେବ ଆୟୋଜନ

ନୂଆଦିଲ୍ଲୀ: ଏଥର କୋଣାର୍କର ସୂର୍ଯ୍ୟ ମନ୍ଦିର ଚକା ଇଣ୍ଟରପୋଲ୍‌ ମହାସଭାର ଲୋଗୋ ହେବ। ୧୩ମ ଶତାବ୍ଦୀର ବିଶ୍ଵ ପ୍ରସିଦ୍ଧ କୌଣାର୍କର ସୂର୍ଯ୍ୟ ମନ୍ଦିର ରଥର ଚକାରୁ ପ୍ରେରିତ ଏଥର ଇଣ୍ଟରପୋଲ୍‌ର ୯୦ତମ ମହାସଭାର ଲୋଗୋ। ଏହାର ସୂଚନା ଦେଇଛନ୍ତି ସିବିଆଇ ଅଧିକାରୀ। ଆସନ୍ତା ମାସରେ ହେବାକୁ ଥିବା ମହାସଭାରେ ୧୯୫ ଦେଶର ଆଇନ ଲାଗୁ କରୁଥିବା ଅଧିକାରୀ ଯୋଗ ଦେବେ। ଚଳିତ ସଂସ୍କରଣର ମହାସଭାର ଆୟୋଜନ କରୁଥିବା ସିବିଆଇ ନିକଟରେ ଲୋଗୋ ଉନ୍ମୋଚନ କରିଛି। ଲୋଗୋରେ ତିନି ଚକା ବିଶିଷ୍ଟ ଏକ ଗୋଲା ଆକୃତି ରହିଛି, ଯାହା ମଝିରେ ଚକା ରହିଛି। ଉଲ୍ଲେଖନୀୟ ଇଣ୍ଟରପୋଲ୍‌ ସହ ସଂପର୍କ ସ୍ଥାପନ ପାଇଁ ଭାରତ ପକ୍ଷରୁ ସିବିଆଇକୁ ପ୍ରତିନିଧିତ୍ଵ କରୁଛି।

ସିବିଆଇର ଏହି ଲୋଗୋର ବିଚାର କୋଣାର୍କ ମନ୍ଦିରର ଚକାକୁ ଦେଖି ଆସିଛି, ଯେଉଁ ଚକର ଭିତରେ ୧୬ଟି ଅଖ ରହିଛି। ମନ୍ଦିରର ନିର୍ମାଣ ଭଗବାନ ସୂର୍ଯ୍ୟଙ୍କ ରଥ ଆକୃତିରେ ପଥରରେ ନିର୍ମାଣ କରାଯାଇଛି। ଜଣେ ଅଧିକାରୀଙ୍କ ମୁତାବକ, ଯେବେ ଇଣ୍ଟରପୋଲର କାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ଏବଂ ଆଭିମୁଖ୍ୟର କଥା ଆସିଥାଏ ସେହି ସମୟରେ କୋଣାର୍କ ମନ୍ଦିରର ଚକା ଯାହା ୨୪ ଘଣ୍ଟା କାମ କରିବା ପାଇଁ ପ୍ରେରିତ କରୁଥାଏ ମନରେ ଆସିଥାଏ। ସେ କହିଛନ୍ତି କୋଣାର୍କ ମନ୍ଦିରର ଚକରେ ଯେମିତି ତିନୋଟି ଘେରା ରହିଛି ଠିକ୍ ସେହିପରି ଘେରା ଇଣ୍ଟରପୋଲ୍‌ର ଲୋଗୋରେ ରହିଛି। ଚକର ଗୋଲାକାର ଆକୃତି ଇଣ୍ଟରପୋଲ୍ ମାଧ୍ୟମରେ ଅନ୍ତର୍ଜାତୀୟସ୍ତରରେ ସୁସଂପର୍କ ସ୍ଥାପନ, ବିଶ୍ଵସ୍ତରରେ ସୁରକ୍ଷା ଯୋଗାଇବା ପାଇଁ ପ୍ରତିବଦ୍ଧତା ଲକ୍ଷ୍ୟର ଉପଲବ୍ଧିକୁ ଦର୍ଶାଇଥାଏ।

ଶେଷ ଥର ୧୯୯୭ରେ ଭାରତରେ ହୋଇଥିଲା ଆୟୋଜନ

ଅଧିକାରୀ କହିଛନ୍ତି, ଭାରତ ୧୯୯୭ରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଉଦ୍ୟମ ବଳରେ ଦେଶକୁ ପୁଣି ଥରେ ଇଣ୍ଟରପୋଲ୍‌ର ମହାସଭା ଆୟୋଜନ କରିବାର ସୁଯୋଗ ମିଳିଛି। ସେ ପୁଣି ଏମିତି ସମୟରେ ଆୟୋଜନ କରାଯିବ ଯେବେ ଭାରତ ସ୍ଵାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଛି। ମହାସଭା ଏକ ବାର୍ଷିକ କାର୍ଯ୍ୟକ୍ରମ, ଯାହାର ଆୟୋଜନ ପ୍ରତ୍ୟେକ ସଦସ୍ୟ ଦେଶ ଦ୍ଵାରା ପାଳି ଅନୁସାରେ ହୋଇଥାଏ।

ଅକ୍ଟୋବର ୧୮ରୁ ଆରମ୍ଭ ହେବ ତିନି ଦିନିଆ କାର୍ଯ୍ୟକ୍ରମ

କେନ୍ଦ୍ର ଗୃହ ମନ୍ତ୍ରୀ ଶାହ ଚଳିତ ବର୍ଷ ଭାରତରେ ଇଣ୍ଟରପୋଲ୍‌ର ମହାସଭାର ଆୟୋଜନ କରାଯିବାର ବିଚାର ତତ୍କାଳୀନ ଇଣ୍ଟରପୋଲ୍‌ ମହାସଚିବ ଜୁର୍ଗନ ଷ୍ଟକଙ୍କ ସହିତ ବୈଠକରେ ରଖିଥିଲେ। ଶାହ ୨୦୧୯ ଅଗଷ୍ଟ ୩୦ରେ ଜୁର୍ଗନଙ୍କୁ ସାକ୍ଷାତ କରିଥିଲେ। ଅକ୍ଟୋବର ୧୮ରୁ ତିନି ଦିନ ପାଇଁ ଆରମ୍ଭ ହେଉଥିବା ମହାସଭାରେ ଦୁର୍ନୀତି, ସାଇବର ଅପରାଧ, ଇଣ୍ଟରନେଟ୍‌ରେ ପ୍ରସାରଣ ହେଉଥିବା ଯୌନ ଶୋଷଣ ସାମଗ୍ରୀ, ନିଖୋଜ ବ୍ୟକ୍ତି ଏବଂ ଆତଙ୍କବାଦ ବ୍ୟତୀତ ସମଗ୍ର ଦୁନିଆରେ ପଳାତକ ଅପରାଧୀଙ୍କ ଉପରେ ନଜର ରଖିବା ପାଇଁ ବିଭିନ୍ନ ଦେଶର ପୋଲିସଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଏବଂ ସହଯୋଗ ଉପରେ ବିସ୍ତୃତ ଆଲୋଚନା କରାଯିବ।  

Spread the love