କୋଣାର୍କରେ ପର୍ଯ୍ୟଟକଙ୍କ ଗହଳି, କୋଭିଡ ନିୟମ ପାଳନ ଉପରେ ଉଠାଇଲେ ପ୍ରଶ୍ନ

କୋଣାର୍କ, ୨୫/୧୨:  ବଡଦିନ ଲାଗି ବିଶ୍ଵ ପ୍ରସିଦ୍ଧ କୋଣାର୍କର ସୁର୍ଯ୍ୟ ମନ୍ଦିର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ରାଜ୍ୟ ଓ ରାଜ୍ୟ ବାହାର ପର୍ଯ୍ୟଟକମାନେ ବଡ଼ଦିନ ପାଳିବା ଅବସର ଏହି ବିଶ୍ଵ ପ୍ରସିଦ୍ଧ ସୁର୍ଯ୍ୟ ମନ୍ଦିର ବୁଲିବା ଲାଗି ଆସିଛନ୍ତି ବୋଲି କହିଛନ୍ତି ।

ଏପରି ଭିଡ କୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପର୍ଯ୍ୟଟକମାନଙ୍କ କହିବା କଥା ହେଲା, ସରକାର କରୋନା କଟକଣାକୁ କଡାକଡି କରିଛନ୍ତି । ତେବେ କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ କୋଣସି ପଦକ୍ଷେପ ନେଉନାହାଁନ୍ତି । ଏପରିକି ସାମାଜିକ ଦୂରତା, ମାସ୍କ, ସାନିଟାଇଜର ପ୍ରତି ଗୁରୁତ୍ବ ଦେଉ ନାହାନ୍ତି । ଏବେ ଓମିକ୍ରନ ଭାରିଆଣ୍ଟ ଆସିଥିବା ବେଳେ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ପର୍ଯ୍ୟଟକ ମାନେ କହିଛନ୍ତି ।  

Spread the love