ଚୀନ୍‌ରେ କରୋନାଭାଇରସ୍‌ ମୃତ୍ୟୁସଂଖ୍ୟା ୨୨୩୬ରେ ପହଞ୍ଚିଲା

ଗୁରୁବାର ରୁବାର ଶେଷସୁଦ୍ଧା ସମଗ୍ର ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୨୨୩୬ରେ ପହଞ୍ଚିଛି। ଗତକାଲି ଆଉ ୧୧୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।ଗୁରୁବାର ଦିନ ଆଉ ୮୮୯ଜଣ ବ୍ୟକ୍ତି କରୋନାଭାଇରସ୍‌ରେ ସଂକ୍ରମିତ ହୋଇଥିବା କଥା ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ କମିସନ କହିଛନ୍ତି। ଏହାକୁ ମିଶାଇ ସମଗ୍ର ଚୀନ୍‌ରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୫, ୪୬୫ରେ ପହଞ୍ଚିଛି।

କରୋନାଭାଇସର୍‌ର ଉତ୍ପତ୍ତିସ୍ଥଳ ହୁବେଇରେ ଆଉ ୧୧୫ଜଣଙ୍କର ମୃତ୍ୟୁ ଘଟିଛି। ମୃତବ୍ୟକ୍ତିମାନଙ୍କ ମଧ୍ୟରୁ ୯୯ଜଣ ହେଉଛନ୍ତି ହୁବେଇର ରାଜଧାନୀ ଉହାନ୍‌ ଅଞ୍ଚଳର।ହାଛଡ଼ା ବିଶ୍ୱର ୨୫ରୁ ଊର୍ଦ୍ଧ୍ୱ ଦେଶକୁ କରୋନାଭାଇରସ୍‌ ବ୍ୟାପୀ ଶତାଧିକ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଛି। ସେମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଥିରେ ଆକ୍ରାନ୍ତ ହୋଇ ଜାପାନରେ ୩ଜଣଙ୍କର ମୃତ୍ୟୁ ଘଟିଛି। ଇରାନ୍‌ରେ ମଧ୍ୟ ୩ଜଣଙ୍କର ମୃତ୍ୟୁ ଘଟିଛି। ଏଥିଯୋଗୁଁ ଫ୍ରାନ୍‌ସ୍‌, ଫିଲିପିନ୍‌ସ୍‌, ତାଇଓ୍ଵାନ୍‌ ଏବଂ ହଙ୍ଗ୍‌ କଙ୍ଗ୍‌ରେ ମଧ୍ୟ କେତେକଙ୍କର ପୂର୍ବରୁ ମୃତ୍ୟୁ ଘଟିଥିଲା।

କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ଚୀନ୍‌ ସରକାର କଠୋର ପଦକ୍ଷେପ ନେଇଛନ୍ତି। ହୁବେଇ ପ୍ରଦେଶର ନିୟୁତ ନିୟୁତ ଲୋକଙ୍କୁ ହୁବେଇ ବାହାରକୁ ଛଡୁନାହାନ୍ତି। ସେମାନଙ୍କୁ ଚୀନ୍‌ର ଅନ୍ୟାନ୍ୟ ପ୍ରଦେଶ ତଥା ବିଶ୍ୱର ଅନ୍ୟ କୌଣସି ଦେଶକୁ ଯିବାକୁ ଅନୁମତି ମିଳୁନାହିଁ।

Spread the love