କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ବିକ୍ଷୋଭ

ହଷ୍ଟେଲରେ ବିଭିନ୍ନ ସମସ୍ୟା ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରୀ । ସମସ୍ୟାର ସମଧାନ ନହେବାରୁ ଏକାଠି ହୋଇ ରାସ୍ତାରେ ଧାରଣାରେ ବସିଛନ୍ତି । କୋରାପୁଟ ସୁନାବେଡାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରୀ ହଷ୍ଟେଲରେ ବିଭିନ୍ନ ସମସ୍ୟା । ପିଲାମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ବେଳେ ସଠିକ୍ ଭାବେ ସଫେଇ କରାଯାଉନି । ଏପରିକି ପ୍ରତି ଦିନ ବିଦ୍ୟୁତ ସମସ୍ୟାରୁ ପାଣି ସମସ୍ୟା ଲାଗି ରହିଛି ।ବିଭିନ୍ନ ସମସ୍ୟା ନେଇ ବାରମ୍ବାର କୂଳପତିଙ୍କୁ ଅବଗତ କରାଯାଇଛି । ହେଲେ ହଷ୍ଟେଲ ସମସ୍ୟାରେ କୌଣସି ସୁଧାର ଆସିପାରିନି । ସମସ୍ୟା ବହୁବାର ଜଣାଉଥିଲେ ବି ଏଯାଏ ଏହାର ସମାଧାନ ହେଉନି । ଯାହାକୁ ବିରୋଧ କରିବା ସହ ଆଜି ରାଜରାସ୍ତାକୁ ଓହ୍ଲାଇ ଧାରଣାରେ ବସିଛନ୍ତି ଛାତ୍ରୀ ମାନେ । ଯେପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ ନହୋଇଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବାର ଦେଇଛନ୍ତି ଚେତାବନୀ ।

Spread the love