ପାହାଡ଼ରୁ ଧସିଲା ମାଟି : କୋରାପୁଟ-ଜୟପୁର ରେଳ ଯୋଗଯୋଗ ବିଛିନ୍ନ

କୋରାପୁଟ: ଜରଟି ଷ୍ଟେସନ ନିକଟରେ ପାହାଡ଼ରୁ ଧସିଛି ମାଟି ଓ ବଡ଼ ପଥର। ଏହାଫଳରେ କୋରାପୁଟ-ଜୟପୁର ରେଳ ଯୋଗଯୋଗ ବିଛିନ୍ନ ହୋଇଥିବା ଜଣାଯାଇଛି।ଜରଟି ନିକଟରେ ପାହାଡ଼ରୁ ରେଳ ଧାରଣାରେ ମାଟି ଓ ବଡ଼ ପଥର ପଡ଼ିଥିବାରୁ କେତେକ ଟ୍ରେନ୍ ଅଟକିଥିବା ଜଣାଯାଇଛି। କୋରାପୁଟ ଷ୍ଟେସନରେ ଜଗଦଲପୁର-ବିଶାଖାପାଟଣା ଏକ୍ସପ୍ରେସ ଅଟକିଥିବାର ସୂଚନା ରହିଛି। ଏହାଛଡ଼ା ୧୦ରୁ ଅଧିକ ଟ୍ରେନ୍ ବାତିଲ ହୋଇଥିବା ଜଣାଯାଇଛି।

Spread the love