ବିଜେଡ଼ି ଦଖଲ କଲା କୋରାପୁଟ ପୈାର ପରିଷଦ

କୋରାପୁଟ, ୨୬/୦୩: କୋରାପୁଟ ଓ ସୁନାବେଡ଼ା ପୈାର ପରିଷଦ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । କୋରାପୁଟ ପୈାର ପରିଷଦ ବିଜେଡ଼ି ଦଖଲ କରିଥିବା ବେଳେ ସୁନାବେଡ଼ା ସ୍ଵାଧୀନ ପାର୍ଥୀ ପ୍ରଥମ ଥର ପାଇଁ ପୈାର ପରିଷଦ ଆସନ ଦଖଲ କରିଛନ୍ତି। ସୁନାବେଡ଼ା ପୈାର ପରିଷଦ ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେଇ ସ୍ଵାଧୀନ ପ୍ରାର୍ଥୀ ବିଜୟୀ ବାନା ଉଠାଇଥିବା ବେଳେ କୋରାପୁଟ ପୈାର ପରିଷଦ ଆସନରେ ଏକ ତରଫା ଭାବେ ବିଜୟୀ ହୋଇଛନ୍ତି ବିଜେଡ଼ି ପ୍ରାର୍ଥୀ ଲଲାଟ ରଞ୍ଜନ ସେଠୀ।

ସେମଲିଗୁଡା ଓ କୋରାପୁଟ ବିଜୟୀ ଉତ୍ସବରେ ଦୁଲୁକୁଛି ସହର ଠାରୁ ଗାଁ ଦାଣ୍ଡ । ସୁନାବେଡ଼ା ପୈାର ପରିଷଦ ସେମିଳିଗୁଡା ଠାରେ ସ୍ଵାଧୀନ ପାର୍ଥୀ ଓ କୋରାପୁଟ ଠାରେ ବିଜେଡ଼ି ପକ୍ଷରୁ ବିଜୟୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲାରେ ତିନୋଟି ପୈାର ପରିଷଦ ମଧ୍ୟରୁ ଗୋଟିଏ ପରିଷଦରେ ବିଜେଡ଼ି ଅଧ୍ୟକ୍ଷ ବିଜୟୀ ହୋଇଥିବା ବେଳେ ସମସ୍ତ ପୈାର ପରିଷଦରେ ବିଜେଡ଼ି କାଉନସିଲର ପାର୍ଥୀ ଭଲ ପ୍ରଦର୍ଶନ କରିଥିବା ବିଜେଡ଼ି ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ପ୍ରତିକ୍ରିୟା ରଖିବା ସହ କେଉଁଠି ନା କେଉଁଠି ଜିଲ୍ଲାରେ ରଣନୀତି ଫେଲ ମାରିଥିବା ସ୍ବୀକାର କରିଛନ୍ତି ସଭାପତି।

Spread the love