ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ପୁଣି ଦାବୀ

ଭୁବନେଶ୍ୱର ୦୫/୦୭: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ପୁଣି ଦାବୀ ହୋଇଛି। ମଙ୍ଗଳବାର ଭୁବନେଶ୍ୱରର ଲୋୟର ପିଏମଜିରେ କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚା ତରଫରୁ ପ୍ରତିବାଦ କରାଯାଇଛି। କୋଶଳ ରାଜ୍ୟ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନୃତ୍ୟ ସହିତ ଶୋଭାଯାତ୍ରା କରି ଏପରି ନିଆରା ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ସେମାନେ ପ୍ରତିବାଦ କରିବା ସମୟରେ ଜୟ କୋଶଳ ଧ୍ୱନୀରେ ଲୋୟର ପିଏମଜିରେ ଆନ୍ଦୋଳନ କରିଥିଲେ।

ଆନ୍ଦୋଳନ କାରୀଙ୍କ ଯୁକ୍ତି ହେଲା ସ୍ୱାଧୀନତା ପରେ ଓଡ଼ିଶା ରାଜ୍ୟ ଗଠନ ହେବାଠାରୁ କୋଶଳ ଅଞ୍ଚଳରେ (ପଶ୍ଚିମ ଓଡ଼ିଶା) ସାମାଜିକ, ଅର୍ଥନୈତିକ ଓ ସାମ୍ୱିଧାନିକ ବିକାସ ହୋଇନି। ଓଡ଼ିଶା ରାଜ୍ୟ ଗଠନ ସମୟରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ମିଶାଇ ଏହି ପ୍ରତିଶୃତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଉନ୍ନତି ହୋଇନି। କୋଶଳ ଅଞ୍ଚଳ ପ୍ରତି ସବୁବେଳ ସରକାରଙ୍କର ବୈମାତୃକ ମନୋଭାବ ରହିଛି। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ବୈଷମ୍ୟ ଦେଖାଇ ଉପେକ୍ଷା କରାଯାଉଛି। ରାଜନୈତିକ କ୍ଷେତ୍ରରେ ଓ ଅଞ୍ଚଳ ବିକାସରେ ପାତର ଅନ୍ତର ନୀତି ଆପଣା ଯାଉଛି। ପଶ୍ଚିମ ଓଡ଼ିଶା ଅଞ୍ଚଳରେ ଦୁଇ କୋଟି ଲୋକ ରହିବା ସହିତ ଏଠାରେ ଖଣିଜ ଓ ବନ୍ୟ ସମ୍ପଦ ମଧ୍ୟ ଭରପୁର ରହିଛି ତଥାପି ସମସ୍ତ କ୍ଷେତ୍ରରେ ଓଡ଼ିଶା ସରକାରରେ ଅବହେଳିତ ରହିଛନ୍ତି ବୋଲି ଆନ୍ଦୋଳନକାରୀ ମାନେ ଅଭିଯୋଗ ଆଣିଛନ୍ତି। ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁରନ୍ତ ଆଇନଗତ ପ୍ରକ୍ରିୟା ଆରମ୍ଭ କରି କୋଶଳ ରାଜ୍ୟ ଗଠନ କରିବା ପାଇଁ ଏକ ଦାବୀ ପତ୍ର ଦେଇଛନ୍ତି।

Spread the love