କୋଶଲ ସେନାର ଅଭିନବ ପ୍ରତିବାଦ: ରାସ୍ତା ଉପରେ ଖାଇ ଏସପି ଅଫିସ ଆଗରେ ଦେଲେ ଧାରଣା

କୋଶଲ ସେନା ପକ୍ଷରୁ ମଙ୍ଗଳବାର ଝାରସୁଗୁଡ଼ା ଆରକ୍ଷି ଅଧିକ୍ଷକ (ଏସପି) ଅଫିସ ଘେରାଉ କରାଯାଇଛିl ଏଥିରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ କୋଶଲ ସେନାର ସଦସ୍ୟମାନେ ଯୋଗ ଦେଇଥିଲେl ଝାରସୁଗୁଡ଼ା ବସ ଷ୍ଟାଣ୍ଡ ଛକରୁ ଏସପି ଅଫିସ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିବା ପରେ ଏସପି ଅଫିସ ଆଗରେ କୋଶଲ ସେନା ବିରୋଧ ପ୍ରଦର୍ଶନ କରିଛି l ଏହାସହ ଏସପି ଅଫିସ ଆଗରେ ରାସ୍ତା ଉପରେ ବସି ମଧ୍ୟାହ୍ଣ ଭୋଜନ କରି କୋଶଲ ସେନାର ସଦସ୍ୟମାନେ ପ୍ରତିବାଦ କରିଛନ୍ତି।

କୋଶଲ ସେନା ପକ୍ଷରୁ କୁହାଯାଇଛି ଯେ,  ସେପ୍ଟେମ୍ୱର ୭ରେ  ଶାନ୍ତିପୂର୍ଣ୍ଣ କୋଶଲ ମହାବନ୍ଦ ଆନ୍ଦୋଳନରେ ସାମିଲ ହୋଇ ଝାରସୁଗୁଡାରେ ଆନ୍ଦୋଳନ କରିଥିବା କୋସଲ ସେନାର ସଦସ୍ୟମାନଂକୁ ପୋଲିସ ପକ୍ଷରୁ ଗିରଫ କରାଯାଇଥିଲାl ପୋଲିସ କାହିଁକି ଏବଂ କେଉଁ ଆଇନ ଵଳରେ କୋଶଲ ସେନାର ସଦସ୍ୟଙ୍କୁ ଗିରଫ କଲା ତାର ଜବାବ ମାଗିବାକୁ ଆଜି ଆନ୍ଦୋଳନ କରାଯାଇଛି ବୋଲି କୋଶଲ ସେନା କହିଛି। ଏହାସହିତ ଝାରସୁଗୁଡ଼ା ଏସପିଙ୍କୁ ଏକ ଦାବିପତ୍ର ଦେଇ ଆଗାମୀ ଦିନରେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କରାଗଲେ କୋଶଲ ସେନାକୁ ସହଯୋଗ କରିବା ପାଇଁ କୋଶଲ ସେନା ପକ୍ଷରୁ କୁହାଯାଇଛି l

Spread the love