କୋଟିଆରେ ସ୍ଥିତି ଦେଖିଲେ କୋରାପୁଟ ଜିଲ୍ଲାପାଳ

କୋରାପୁଟ: ଆନ୍ଧ୍ରକୁ କୋରାପୁଟ ଜିଲ୍ଲା ପ୍ରଶାସନର କଡ଼ା ଜବାବ । ଶୁକ୍ରବାର ଆନ୍ଧ୍ର ପକ୍ଷରୁ କୋଟିଆର ଗଂଜେଇପଦର ପଞ୍ଚାୟତରେ ଗ୍ରାମସଭା କରିଥିଲାବେଳେ ଶନିବାର କୋରାପୁଟ ଜିଲ୍ଲାପାଳ କୋଟିଆ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । କୋଟିଆର ମାଡକାର ଡୋଲିଆମ୍ବ, ଫାଟୁସିନେରି, ଫଗୁଣସିନେରି, ବ୍ରିଟିଶ ରୋଡ଼ ଅଞ୍ଚଳ ଗସ୍ତକରି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ସହ ବାତ୍ୟା କ୍ଷୟକ୍ଷତି ପୂରଋଦ୍ଧାର କାମର ଅନୁଧ୍ୟାନ କରିଛନ୍ତି ।

ସେପଟେ ତାଡିୱାଲସା ନିକଟରେ ବନ୍ୟା ପାଣିରେ ରାସ୍ତା ଓ ପୋଲ ଧୋଇ ଯାଇଥିଲା । ତେବେ ବର୍ତମାନ ଯୋଗାଯୋଗ ସ୍ବାଭାବିକ କରାଯାଇଛି । ଜିଲ୍ଲାପାଳଙ୍କ ସହ କୋରାପୁଟ ପିଡି ଡିଆରଡିଏ, ପଟାଙ୍ଗି ବିଡ଼ିଓ, କୋରାପୁଟ ଆଇଟିଡିଏ ଓ ଗ୍ରାମ୍ୟ ନିର୍ମାଣ ବିଭାଗ ଯନ୍ତ୍ରୀ ପ୍ରମୁଖ ଗସ୍ତ କରିଥିଲେ ।

Spread the love