ରାଜ୍ୟ ସରକାରଙ୍କ କରୋନା ମୁକାବିଲା, ୭ ଦିନରେ ଦୁଇଟି କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର, ୨/୦୪: କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଓ କଟକ ସହରରେ ୬୫୦ ଶଯ୍ୟାବିଶିଷ୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଦୁଇଟି କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଙ୍ଗ୍ ଜରିଆରେ ଆଜି ଉଦଘାଟନ କରିଛନ୍ତି ।

ସୂଚନାଯୋଗ୍ୟ, ୫୦୦ ଶଯ୍ୟାବିଶିଷ୍ଟ ପ୍ରଥମ ହସ୍ପିଟାଲଟି ଭୁବନେଶ୍ୱରର “କିମସ୍’ରେ ପ୍ରସ୍ତୁତ କରାଯାଇଛି । ୧୫୦ ଶଯ୍ୟାବିଶିଷ୍ଟ ଦ୍ୱିତୀୟ ହସ୍ପିଟାଲ ଟି କଟକର “ଅଶ୍ୱିନୀ ହସ୍ପିଟାଲ’ରେ ପ୍ରସ୍ତୁତ ହୋଇଛି । ଉଭୟ ଲାଗି ଯୋଗାଇଛି ଓଡିଶା ଖଣି ନିଗମ । ଏହି ଡାକ୍ତରଖାନା ନିମନ୍ତେ ସହଯୋଗ ଏବଂ ତ୍ୱରିତ ପ୍ରସ୍ତୁତି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ “କିମସ୍’ ଏବଂ “ଅଶ୍ୱିନୀ ହସ୍ପିଟାଲ’ର ପରିଚାଳନା କମିଟିକୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଡାକ୍ତର ଏବଂ ପାରାମେଡିକମାନଙ୍କ ସହ ବାର୍ତ୍ତାଳାପ କରିବା ସହ କରୋନାଭାଇରସ୍ ଲଢ଼େଇରେ ସେମାନଙ୍କ ପ୍ରତିବଦ୍ଧତା ଏବଂ ମହତ୍ ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ ।

Spread the love