ମଙ୍ଗଳପୁରରେ କୃଷକ ମେଳା ଅନୁଷ୍ଠିତ

ସୋର:-ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ରେ ଆଇଡ଼ିଇଆଇ ତରଫରୁ ଏକ କୃଷକ ମେଳା ଅନୁଷ୍ଠିତ ହୁଇଯାଇଛି | ଏହି ସଂସ୍ତାର ବାଲେଶ୍ୱର ଶାଖାର ହରିଶ୍ଚନ୍ଦ୍ର ଜେନା ଯୋଗ ଦେଇ ଜୈବିକ ଖତ ତିଆରି ଓ ଜୈବିକ ଚାଷ ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ | ଚାଷ ପାଇଁ ସମସ୍ତ ସୁବିଧା ଏବଂ ସହଯୋଗ ପାଇଁ ଏହି କମ୍ପାନୀ ର ମୂଳ ଲକ୍ଷ | ଏହି କାର୍ଯ୍ୟକ୍ରମ ରେ କ୍ଷେତ୍ର ସଂଯୋଜକ ଧର୍ମେନ୍ଦ୍ର ଖଟୁଆ,ଡ଼ମ୍ବୁରୁଧର ରାଉତ,ଅଗ୍ରଣୀ ଚାଷୀ ଯଦୁନାଥ ପଣ୍ଡା ସହ ବହୁ ଚାଷୀ ଉପସ୍ଥିତ ଥିଲେ |

Spread the love